ପୂର୍ବତଟ ରେଳପଥର ୧୦୦ଟି ଷ୍ଟେସନରେ ୱାଇ-ଫାଇ

ଭୁବନେଶ୍ବର : ୨୦୧୮ ଏପ୍ରିଲ ପହିଲାଠାରୁ ୨୦୧୯ ମାର୍ଚ୍ଚ ୩୧ ତାରିଖ ମଧ୍ୟରେ ପୂର୍ବତଟ ରେଳପଥ ପରିସୀମା ମଧ୍ୟରେ ୪୧ଟି ରେଳ ଷ୍ଟେସନରେ ୱାଇ-ଫାଇ ସେବା ଉପଲବ୍ଧ କରାଯାଇଛି। ପୂର୍ବ ବର୍ଷରେ ପୂର୍ବତଟ ରେଳପଥରେ ୫୯ଟି ଷ୍ଟେସନରେ ୱାଇ-ଫାଇ ସେବା ପ୍ରଦାନ କରାଯାଇଥିଲା। ସିଏସ୍‌ଆର ପାଣ୍ଠି ସହଯୋଗରେ ପୂର୍ବତଟ ରେଳପଥରେ ରେଲଟଲ୍‌ କର୍ପୋରେସନ ଅଫ ଇଣ୍ଡିଆ ଲିମିଟେଡ୍‌(ଆରସିଆଇଏଲ) ଦ୍ୱାରା କରାଯାଇଛି। ବର୍ତମାନ ପୂର୍ବତଟ ରେଳପଥରେ ସମୁଦାୟ ୧୦୦ ଟି ଷ୍ଟେସନ୍‌ରେ ୱାଇ-ଫାଇ ସେବା ଉପଲବ୍ଧ ହୋଇଛି। ୨୦୧୮-୧୯ ଆର୍ଥିକ ବର୍ଷରେ ଖୋର୍ଦ୍ଧା ରୋଡ୍‌ ରେଳ ମଣ୍ଡଳରେ ୨୯ ଟି ଷ୍ଟେସନ୍‌ ଯଥା ବାଉଦପୁର, କେନ୍ଦୁଆପଦା, ମଞ୍ଜୁରୀ ରୋଡ଼, ବୈତରଣୀ ରୋଡ୍‌, କୋରେଇ, ଯଖପୁରା, ଜେନାପୁର, ନୂଆ ଗଡ଼ମଧୁପୁର, ହରିଦାସପୁର, ଧାନମଣ୍ଡଳ, ବରୀଠେଙ୍ଗଡ଼, ବୈରୀ, ନିର୍ଗୁଣ୍ଡି, କେନ୍ଦ୍ରାପଡା ରୋଡ୍‌, କାଇପଦର ରୋଡ୍‌, ତାପଙ୍ଗ, କୁହୁଡି, ଗଙ୍ଗାଧରପୁର, ସୋଲାରି, ରମ୍ଭା, ହୁମା, ଗଂଜାମ, ଜଗନ୍ନାଥପୁର, ଗୋଳନ୍ଥରା, ଶୁର୍ଲା ରୋଡ଼, ଝାଡ଼ପୁଡ଼ି, ବାରୁଭା, ମଣ୍ଡାସା ରୋଡ଼ ଓ ସୁମାଦେବୀ। ସମ୍ବଲପୁର ରେଳମଣ୍ଡଳରେ ଖରିଆର ରୋଡ୍‌ ଏବଂ ୱାଲଟିୟର ରେଳମଣ୍ଡଳରେ ୧୧ଟି ଷ୍ଟେସନ ଯଥା-ପୁଣ୍ଡି, ନୌପଡ଼ା ରୋଡ୍‌, କୋଟାବୋମାଲି, ତିଲାରୁ, ଉରଲମ, ଦୁସି, ପୋନ୍ଦୁରୁ, ସିଗାଡ଼ମ, ଚିପୁରୁପଲ୍ଲୀ, ଗୀରିଭିଡ଼ି ଓ ଶୃଙ୍ଗାଭରପୁ କୋଟା ଷ୍ଟେସନରେ ଏହି ସୁବିଧା ଉପଲବ୍ଧ ହୋଇଛି।

ସମ୍ବନ୍ଧିତ ଖବର