ପାଟକୁରାରେ କାମ କରିବ କି ଅପରାଜିତାଙ୍କ ଭୁବନେଶ୍ୱର ଫଣ୍ଡା ?

ପାଟକୁରା: କେନ୍ଦ୍ରାପଡା ଜିଲ୍ଲା ପାଟକୁରା ନିର୍ବାଚନମଣ୍ଡଳୀକୁ ଦଖଲ କରିବା ମିଶନରେ ବାହାରି ପଡିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ | ବିଜେପି ବିଧାୟକ ପ୍ରାର୍ଥୀ ବିଜୟ ମହାପାତ୍ରଙ୍କ ପାଇଁ ଅପରାଜିତା ପ୍ରଚାର କରିଛନ୍ତି |

ତେବେ ପ୍ରଶ୍ନ ଉଠୁଛି ପାଟକୁରାରେ କାମ କରିବ କି ଅପରାଜିତାଙ୍କ ଫଣ୍ଡା | କାରଣ ଭୁବନେଶ୍ୱର ସଂସଦୀୟ ନିର୍ବାଚନମଣ୍ଡଳୀରେ ପ୍ରଚାର ବେଳେ ଅପରାଜିତା ପ୍ରସ୍ତୁତ କରିଥିଲେ ସ୍ୱତନ୍ତ୍ର ରଣନୀତି |

ଘରକୁ ଘର ବୁଲି ଭୋଟ ଭିକ୍ଷା କରିବା ସହ ପରିବାରର ମହିଳା ସଦସ୍ୟଙ୍କୁ ଭେଟିଥିଲେ | ଘରର ମା,ବୋହୁ,ଭଉଣୀଙ୍କୁ ଭେଟି ବୁଝୁଥିଲେ ସମସ୍ୟା ଆଉ ରଖୁଥିଲେ ନିଜର ପ୍ରତିଶୃତି | ଘରର କୁନିକୁନି ପିଲାଙ୍କୁ କାଖରେ କୋଳେଇନେବା ସହ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜୁଥିଲେ| ଠିକ ସେଭଳି କିଛି ଦୃଶ୍ୟ ପାଟକୁରାରେ ମଧ୍ୟ ଦେଖିବାକୁ ମିଳିଥିଲା |

 

ଏଠାକାର ମହିଳା ଭୋଟରଙ୍କୁ ଭେଟିବା ସହ କୁନି ପିଲାଙ୍କୁ କାଖେଇଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା | ପାଟକୁରା ଲୋକ ବି ଅପରାଜିତାଙ୍କୁ ପାଖରେ ପାଇ ସ୍ୱାଗତ କରୁଥିବାର ଦେଖିବାକୁ ମିଳିଥିଲା |

ସମ୍ବନ୍ଧିତ ଖବର