ଆଉ ୨୪ ଘଣ୍ଟା ଖସିବ ପାରଦ

ଭୁବନେଶ୍ବର: ଆଉ ୨୪ ଘଣ୍ଟା ପର୍ଯ୍ୟନ୍ତ ରାତିର ପାରଦ ଖସିବ। ଏହାପରେ କିଛିଟା ପରିବର୍ତନ ହେବ। ଧୀରେ ଧୀରେ ରାତିର ତାପମାତ୍ରା ବଢ଼ିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଗୋଟିଏ ଦୁଇଟି ସ୍ଥାନରେ ପାରଦ ୧୦ ଡିଗ୍ରି ତଳେ ରହିବ। ଉପକୂଳ ଓ ଉତ୍ତର ଓଡ଼ିଶାରେ କିନ୍ତୁ ସେଭଳି ପରିବର୍ତନ ହେବନି। ଦିନର ତାପମାତ୍ରା ବଢ଼ିବ। ୧୬ ତାରିଖ ବେଳକୁ ସମସ୍ତ ସହରର ତାପମାତ୍ରା ୧୦ ଡିଗ୍ରି ଉପରକୁ ଚାଲିଯିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ସେପଟେ ଉପକୂଳ ଓଡ଼ିଶାରେ ପାରଦ ବଢ଼ିବାରେ ଲାଗିଛି। ଗତକାଲି ଅପେକ୍ଷା ଆଜି ଅଧିକାଂଶ ସ୍ଥାନରେ ପାରଦ ୨ ଡିଗ୍ରି ପର୍ଯ୍ୟନ୍ତ ବଢ଼ିଛି। ଗୋପାଳପୁର ସମେତ ପୁରୀର ସର୍ବନିମ୍ନ ତାପମାତ୍ରା ୧୫ଡିଗ୍ରି ଉପରେ ରହୁଥିବା ବେଳେ ପାରାଦୀପ, ଚାନ୍ଦବାଲି, ବାଲେଶ୍ବର, କଟକ, ଭୁବନେଶ୍ବର, ବାରିପଦା ଓ ମାଲକାନଗିରିରେ ରାତିର ତାପମାତ୍ରା ୧୨ଡିଗ୍ରି ଉପରକୁ ଚାଲି ଯାଇଛି। ଗତକାଲି ୪ଟି ସହରର ତାପମାତ୍ରା ୧୦ ଡିଗ୍ରି ତଳେ ଥିବା ବେଳେ ଆଜି ୯ଟି ସହରର ତାପମାତ୍ରା ୧୦ ଡିଗ୍ରି ଭିତରେ ରହିଥିଲା। ଫୁଲବାଣୀରେ ପାରଦ ପୁଣିଥରେ ୭.୫ ଡିଗ୍ରିକୁ ଖସି ଆସିଛି। ପୂର୍ବପରି ଅନୁଗୁଳରେ ତାପମାତ୍ରା ୮ଡିଗ୍ରିରେ ରହିଥିଲା।

ସମ୍ବନ୍ଧିତ ଖବର