ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮: ଲକ୍ଷ୍ୟଠୁ ପ୍ରତିଶ୍ରୁତି ଦେଢ଼ଗୁଣା

୪.୨୦ ଲକ୍ଷ କୋଟିର ନିବେଶ ଆଶା

ଭୁବନେଶ୍ବର: ୧୫ଟି େକ୍ଷତ୍ରରେ ପୁଞ୍ଜିନିେବଶ କରିବା ଲାଗି ଆଗ୍ରହ େଦଖାଇଛନ୍ତି େଦଶର ପ୍ରମୁଖ ଶିଳ୍ପପତି। ରାଜ୍ୟ ସରକାର ଲକ୍ଷ୍ୟ ରଖିଥିେଲ, ୨ଲକ୍ଷ ୫୦ ହଜାର େକାଟି ଟଙ୍କାର ପୁଞ୍ଜିନିେବଶ ପାଇଁ େକ୍ଷତ୍ର ପ୍ରସ୍ତୁତ େହାଇପାରେ। େହଲେ ମେକ୍‌ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌-୨୦୧୮ର ଦ୍ବିତୀୟ ସଂସ୍କରଣରେ ପଚାଶ କି ଶହେ ନୁେହଁ, ୧୮୩ଟି ପ୍ରକଳ୍ପରେ ପୁଞ୍ଜିନିେବଶ ଲାଗି ଶିଳ୍ପପତି ପ୍ରତିଶ୍ରୁତି େଦଇଛନ୍ତି। ଏହାକୁ ହିସାବ କଲେ, ସରକାରଙ୍କ ଲକ୍ଷ୍ୟର େଦଢଗୁଣା ଅର୍ଥାତ୍ ରାଜ୍ୟକୁ କିଛି ବର୍ଷ ମଧ୍ୟରେ ୪ ଲକ୍ଷ ୧୯ ହଜାର ୫୭୪ େକାଟି ୫୩ ଲକ୍ଷ ଟଙ୍କା ପୁଞ୍ଜି ଆସିପାରେ। ଶିଳ୍ପପତିମାେନ ଯେତିକି ନିବେଶ ପ୍ରତିଶ୍ରୁତି େଦଇଛନ୍ତି, ତାହା କାର୍ଯ୍ୟକାରୀ ହେଲେ ରାଜ୍ୟରେ ୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

ଆଜି ଉଦ୍‌ଯାପନୀ ଉତ୍ସବରେ େମକ୍ ଇନ୍ ଓଡ଼ିଶା କନ୍େକ୍ଲଭକୁ ବଡ଼ ସଫଳତା ମିିଳିଛି େବାଲି ବର୍ଣ୍ଣନା କରି ମୁଖ୍ୟମନ୍ତ୍ରୀ ଏହି ସୂଚନା େଦଇଛନ୍ତି। ନିବେଶକମାନଙ୍କୁ ଭରସା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ଏହି ସବୁ ପ୍ରସ୍ତାବଗୁଡ଼ିକୁ କାର୍ଯ୍ୟକାରୀ କରିବା ପାଇଁ ଯାହା ସବୁ ସହାୟତା ଦରକାର ତାହା ରାଜ୍ୟ ସରକାର ଯୋଗାଇ ଦେବାକୁ ପ୍ରତିଶ୍ରୁତିବଦ୍ଧ। ଦ୍ବିତୀୟ ସଂସ୍କରଣରେ ସର୍ବାଧିକ ପୁଞ୍ଜିନିବେଶ କରିବାର ପ୍ରତିଶ୍ରୁତି ଦେଇଥିବା ଶ୍ରେଷ୍ଠ ପାଞ୍ଚଟି କଂପାନି ମଧ୍ୟରେ ହଲ୍‌ଦିଆ ପେଟ୍ରୋକେମିକାଲ୍ସ (୭୦ ହଜାର କୋଟି ଟଙ୍କା), ଜେଏସ୍‌ପିଏଲ୍‌ (୬୦,୯୫୦କୋଟି ଟଙ୍କା), ଏମ୍‌ସିଏଲ୍‌ (୫୮ ହଜାର କୋଟି ଟଙ୍କା), ତାଇୱାନ୍ (୪୩ ହଜାର କୋଟି ଟଙ୍କା) ଓ ସେଲ୍‌ (୪୧ ହଜାର କୋଟି ଟଙ୍କା) ଅଛନ୍ତି। େକବଳ ହଲ୍‌ଦିଆ ପେଟ୍ରୋକେମିକାଲ୍ସ ପ୍ରକଳ୍ପ କାର୍ଯ୍ୟକାରୀ ହେଲେ ୩୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ‌ହେବ। ଏହା ବ୍ୟତୀତ ନାଲ୍‌କୋ ୩୭ ହଜାର ୮୬୧ ‌କୋଟି ଟଙ୍କା, ବେଦାନ୍ତ ୧୫ ହଜାର ୬୭୮ କୋଟି ଟଙ୍କା, ଆଦିତ୍ୟ ବିର୍ଲା ୧୪ ହଜାର ୫୦୦ କୋଟି ଟଙ୍କା, ଇଣ୍ଡିଆଲ ଅଏଲ୍‌ ୧୦ ହଜାର ୨୭୩ କୋଟି ଟଙ୍କା ଓ ଟାଟା ଷ୍ଟିଲ୍‌ ୧୦ ହଜାର କୋଟି ଟଙ୍କା ନିବେଶ କରିବାର ଆଶା ଦେଖାଇଛନ୍ତି। ଯଦିଓ େପାେସ୍କାକୁ ଓଡ଼ିଶା ହାତଛଡା କରିଛି, ଚଳିତ ସଂସ୍କରଣରେ ୪୬ ହଜାର କୋଟିରୁ ଅଧିକ ଟଙ୍କାର ବିଦେଶୀ ପୁଞ୍ଜି (ଏଫ୍‌ଡିଆଇ)ନିବେଶ ପ୍ରସ୍ତାବ ଆସିଛି। ତାଇୱାନ୍, ଡଚ୍‌ ଓ ଥାଇଲ୍ୟାଣ୍ଡ୍‌ର କଂପାନି ଓଡ଼ିଶାରେ ନିବେଶ କରିବାକୁ ଆଗ୍ରହ ଦେଖାଇଛନ୍ତି। ତାଇୱାନ୍‌ର କଂପାନି ପେଟ୍ରୋକେମିକାଲ୍ସରେ, ଡଚ୍‌ କଂପାନି ଲଜିଷ୍ଟିକ୍ସ ଓ ଭିତ୍ତିଭୂମିରେ ଓ ଥାଇଲ୍ୟାଣ୍ଡ୍‌ର କଂପାନି ଚିଙ୍ଗୁଡ଼ି ପ୍ରକ୍ରିୟାକରଣରେ ପୁଞ୍ଜିନିବେଶ କରିବାକୁ ଚାହୁଁଛନ୍ତି। େସହିଭଳି ଜାପାନର ଏକ କଂପାନି ଖାଦ୍ୟ ପ୍ରକ୍ରିୟାକରଣ ଶିଳ୍ପରେ ୨ ହଜାର କୋଟି ଟଙ୍କାର ନିବେଶ କରିବାକୁ ପ୍ରତିଶ୍ରୁତି ଦେଇଛି, ଯାହା କାର୍ଯ୍ୟକାରୀ ହେଲେ ୧୧,୪୭୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପ୍ରତିରକ୍ଷା କ୍ଷେତ୍ରରେ ୧୬୫୦ କୋଟି ଟଙ୍କାର ପୁଞ୍ଜିନିବେଶ କରିବାକୁ ସିବାରୋ ଏରୋସ୍ପେସ୍ ଲିମିଟେଡ୍ ନାମକ ସଂସ୍ଥା ପ୍ରସ୍ତାବ ଦେଇଛି। ଏସବୁକୁ ହିସାବକୁ େନଲେ ଖଣିଜ, ଧାତୁ ଓ ଆନୁଷଙ୍ଗିକ କ୍ଷେତ୍ରପାଇଁ େମାଟ ୨ େକାଟି ୫୩ ଲକ୍ଷ ୬ ହଜାର ୪୩୫ କୋଟି ଟଙ୍କାର ୫୩ଟି ପ୍ରସ୍ତାବ ସରକାର ପାଇଛନ୍ତି। ଏହି େକ୍ଷତ୍ରରେ ୧ ଲକ୍ଷ ୮୮ ହଜାର ୬୩୫ଜଣ ନିଯୁକ୍ତି ପାଇପାରିେବ। ପ୍ଲାଷ୍ଟିକ୍, ପେଟ୍ରୋକେମିକାଲ୍ସ, ସାର ଓ ରସାୟନ କ୍ଷେତ୍ର ପାଇଁ ୧ଲକ୍ଷ ୩୫ ହଜାର ୩୦୯ କୋଟି ଟଙ୍କାର ୩୭ଟି ପ୍ରସ୍ତାବ ଆସିଛି। ଏଥିରେ ୭୩,୨୦୫ ଜଣ ନିଯୁକ୍ତି ପାଇବା ସମ୍ଭାବନା ରହିଛି। ଶିଳ୍ପ ପାର୍କ ପାଇଁ ୮୪୩୨ କୋଟି ଟଙ୍କାର ଗୋଟିଏ ପ୍ରସ୍ତାବ ଆସିଛି। ମୁଖ୍ୟମନ୍ତ୍ରୀ ଆଜି ଘୋଷଣା କରିଛନ୍ତି ଯେ ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ତୃତୀୟ ସଂସ୍କରଣକୁ ୨୦୨୦ ନଭେମ୍ବର ୩୦ରୁ ଡିସେମ୍ବର ୪ ତାରିଖ ପର୍ଯ୍ୟନ୍ତ ଆୟୋଜନ କରାଯିବ।

୫ ଲକ୍ଷ ୯୧ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି ହେଲା
୨୦୨୦ ନଭେମ୍ବର ୩୦ରୁ ତୃତୀୟ ସଂସ୍କରଣ
ବଡ଼ ପ୍ରସ୍ତାବ ଦେଇଛି ହଲ୍‌ଦିଆ ପେଟ୍ରୋକେମିକାଲ୍ସ
୪୬ ହଜାର କୋଟିରୁ ଅଧିକ ଏଫ୍‌ଡିଆଇ ଆସିବ

ଆଜି କାର୍ଯ୍ୟକ୍ରମ ପ୍ରାରମ୍ଭରେ ଶିଳ୍ପ ସଚିବ ସଞ୍ଜୀବ ଚୋପ୍ରା କହିଥିଲେ, ମେକ୍ ଇନ୍ ଓଡ଼ିଶା କନ୍‌କ୍ଲେଭ୍‌ର ଦ୍ବିତୀୟ ସଂସ୍କରଣରେ ୧୯ଟି ଦେଶ ଓ ୨୧ଟି ରାଜ୍ୟର ୫୦୭୪ ଜଣ ପ୍ରତିନିଧି ଅଂଶଗ୍ରହଣ କରିଛନ୍ତି। ୨୦ ହଜାର ୭୭୦ ବର୍ଗମିଟର ଅଞ୍ଚଳରେ ଆୟୋଜନ କରାଯାଇଥିବା ଏକ୍ସପୋକୁ ୩୧ ହଜାର ୮୦୬ ‌ଜଣ ଲୋକ ତିନି ଦିନରେ ବୁଲି ଦେଖିଛନ୍ତି। ଗତବର୍ଷ ନଭେମ୍ବରରୁ କନ୍‌କ୍ଲେଭ୍‌ର ତାରିଖ ଘୋଷଣା ହେବା ଠାରୁ ଆଜି ପର୍ଯ୍ୟନ୍ତ ବ୍ୟବସାୟୀମାନଙ୍କୁ ନେଇ ମୋଟ ୬୯୨ ବି୨ବି ବୈଠକ ଆୟୋଜନ କରାଯାଇଛି। କନ୍‌କ୍ଲେଭ୍‌ରେ ଆୟୋଜନ କରାଯାଇଥିବା ୧୯ଟି ଅଧିବେଶନରେ ୨୫୩ ବକ୍ତା ଯୋଗ ଦେଇଛନ୍ତି। ହାକାଥନ୍‌ ପାଇଁ ୪୦୯୬ଟି ପଞ୍ଜୀକରଣ ଆସିଥିଲା। ଫେସବୁକ୍ ଓ ଟ୍ବିଟର୍‌ ଭଳି ସୋସିଆଲ୍ ମିଡିଆରେ ୧୧ ଲକ୍ଷ ୮୩ ହଜାର ୩୧୬ ଜଣ ଲୋକ ଯୋଡ଼ି ହୋଇଛନ୍ତି। ସେହିପରି ‘ଆଇ ଆମ୍ ଓଡ଼ିଶା’ ଅଭିଯାନରେ ୭ ଲକ୍ଷ ୭୮,୪୫୩ ଜଣ ଲୋକ ଯୋଡ଼ି ହୋଇଥିବା ଶ୍ରୀ ଚୋପ୍ରା କହିଛନ୍ତି। ଏହି ଅବସରରେ ଶିଳ୍ପ ମନ୍ତ୍ରୀ ଅନନ୍ତ ଦାସ ଶ୍ରେଷ୍ଠ ଷ୍ଟଲ୍‌ଗୁଡ଼ିକୁ ପୁରସ୍କୃତ କରିଛନ୍ତି। ତିନିଟି ବର୍ଗରେ ଷ୍ଟଲ୍‌ ପୁରସ୍କାର ପ୍ରଦାନ କରାଯାଇଛି। ୩୬ ବର୍ଗଫୁଟ ବର୍ଗରେ ବତୀଘର ସଷ୍ଟେନେବଲ୍ ପ୍ରାଇଭେଟ୍ ଲିମିଟେଡ୍‌, ୩୫-୭୫ ବର୍ଗଫୁଟ ବର୍ଗରେ ରିଲାଏନ୍ସ ଜିଓ ଓ ୭୫ ବର୍ଗଫୁଟରୁ ଅଧିକ ବର୍ଗରେ ଓକାକ୍‌କୁ ପୁରସ୍କୃତ କରାଯାଇଛି। ସେହିପରି ସିଏସ୍ଆର୍‌ କ୍ଷେତ୍ରରେ ଉଲ୍ଲେଖନୀୟ କାମ କରିଥିବା କଂପାନିଗୁଡ଼ିକୁ ମୁଖ୍ୟମନ୍ତ୍ରୀ ପୁରସ୍କୃତ କରିଛନ୍ତି। ସର୍ବାଧିକ ଅଞ୍ଚଳରେ ସିଏସ୍‌ଆର୍‌ କାର୍ଯ୍ୟ ପହଞ୍ଚାଇଥିବାରୁ ଓଏମ୍‌ସିକୁ ‘ମାକ୍ସିମମ୍ ସିଏସ୍‌ଆର୍‌ ଆଉଟ୍‌ରିଚ୍’ ପୁରସ୍କାର ପ୍ରଦାନ କରାଯାଇଛି। ଏସିସି ଲିମିଟେଡ୍‌କୁ ‘ଇନୋଭେଟିଭ୍ ସିଏସ୍‌ଆର୍‌ ପୁରସ୍କାର’, ଟାଟାକୁ ‘ଇମ୍ପାକ୍ଟଫୁଲ ସିଏସ୍‌ଆର ପୁରସ୍କାର’ ଓ ଏମ୍‌ସିଏଲ୍‌କୁ ‘ଡାଇଭରସିଟି ଅଫ୍ ସିଏସ୍‌ଆର୍‌ ସ୍ପେଣ୍ଡିଂ’ ପୁରସ୍କାର ପ୍ରଦାନ କରାଯାଇଛି। କନ୍‌କ୍ଲେଭ୍ ପାଇଁ ଆୟୋଜନ କରାଯାଇଥିବା ‘ପ୍ରାଇଡ୍‌ ଅଫ୍ ଓଡ଼ିଶା’ ପ୍ରତିଯୋଗିତା ପାଇଁ ଡକ୍ଟର ଏସ୍‌ କେ ମିଶ୍ର, ଏସ୍‌ ସତ୍ୟେନ୍ଦୁ ଓ ଏସ୍‌ ମିଶ୍ରଙ୍କୁ ପୁରସ୍କୃତ କରାଯାଇଛି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରସିଦ୍ଧ ଫେସନ୍ ଡିଜାଇନ୍ ବିଭୁ ମହାପାତ୍ର ଓ ଓଡ଼ିଶା ଦକ୍ଷତା ବିକାଶ କର୍ତୃପକ୍ଷ ମୁଖ୍ୟ ସୁବ୍ରୋତ ବାଗ୍‌ଚୀଙ୍କ ମଧ୍ୟରେ ଏକ ବାର୍ତାଳାପ କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏହା ପରେ ବିଭୁ ମହାପାତ୍ରଙ୍କ ପକ୍ଷରୁ ଏକ ଫେସନ୍‌ ସୋ’ ଆୟୋଜନ କରାଯାଇଥିଲା ଯେଉଁଥିରେ ଓଡ଼ିଆ ଅଭିନେତ୍ରୀ ଅର୍ଚ୍ଚିତା ଥିଲେ ସୋ’ ଷ୍ଟପର୍‌। ଅନ୍ୟମାନଙ୍କ ମଧ୍ୟରେ ମୁଖ୍ୟ ସଚିବ ଆଦିତ୍ୟ ପାଢ଼ୀ ଓ ଇଡ୍‌କୋ ଅଧ୍ୟକ୍ଷ ସଞ୍ଜୟ ସିଂହ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର