ମାଟ୍ରିକ୍‌ ପରୀକ୍ଷାର୍ଥୀଙ୍କୁ ଶୁଭେଚ୍ଛା ଓ ସୂଚନା

ଓଡ଼ିଶା ରାଜ୍ୟ ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ମାଟ୍ରିକ ପରୀକ୍ଷାର ଫଳ ମେ’ ୭ ତାରିଖ, ସୋମବାର ଦିନ ପ୍ରକାଶ ପାଇବାକୁ ଯାଉଛି। ସମସ୍ତ ପରୀକ୍ଷାର୍ଥୀଙ୍କୁ ‘ସମ୍ବାଦ’ ପକ୍ଷରୁ ଆଗୁଆ ଶୁଭକାମନା।

ସାରା ରାଜ୍ୟର କୃତୀ ଛାତ୍ରଛାତ୍ରୀ ଏବଂ ସେମାନଙ୍କ ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ସମ୍ବର୍ଦ୍ଧିତ କରିବାର ପରଂପରା ‘ସମ୍ବାଦ’ ପରିବାର ଅନେକ ବର୍ଷ ତଳୁୁ ଆରମ୍ଭ କରିିଛି। କୃତୀ ଛାତ୍ରଛାତ୍ରୀଙ୍କ ସୁବିଧା ପାଇଁ ‘ସମ୍ବାଦ’ ପକ୍ଷରୁ ଏହି କାର୍ଯ୍ୟକ୍ରମ ଏବେ ରାଜ୍ୟର ବିଭିନ୍ନ ସ୍ଥାନରେ ଆୟୋଜନ ହୋଇଆସୁଛି। ଚଳିତ ବର୍ଷ ମଧ୍ୟ ମାଟ୍ରିକ ପରୀକ୍ଷାରେ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ‘ଏ-୧’ ଗ୍ରେଡ୍‌ରେ ପାସ୍‌ କରିଥିବା ଛାତ୍ରଛାତ୍ରୀ ଏବଂ ସେମାନଙ୍କ ସ୍କୁଲର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀଙ୍କୁ ପରୀକ୍ଷାଫଳ ପ୍ରକାଶନର ଅଳ୍ପ ଦିନ ବ୍ୟବଧାନରେ ରାଜ୍ୟର ବିଶିଷ୍ଟ ବ୍ୟକ୍ତିଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯିବ। ଏ କ୍ଷେତ୍ରରେ ପରୀକ୍ଷାର୍ଥୀ, ଶିକ୍ଷକ/ଶିକ୍ଷୟିତ୍ରୀ ଏବଂ ଅଭିଭାବକଙ୍କ ସହଯୋଗ ଏକାନ୍ତ ଆବଶ୍ୟକ। ପରୀକ୍ଷାଫଳ ଜାଣିବା ପରେ ‘ଏ-୧’ ଗ୍ରେଡ୍‌ ପାଇଥିବା ଛାତ୍ରଛାତ୍ରୀ, ସେମାନଙ୍କ ଅଭିଭାବକ ଅଥବା ବିଦ୍ୟାଳୟର ପ୍ରଧାନ ଶିକ୍ଷକ/ଶିକ୍ଷୟିତ୍ରୀ ସେମାନଙ୍କ ପରୀକ୍ଷାଫଳ ସଂପର୍କରେ ସୂଚନା ଦେବା ପାଇଁ ‘ସମ୍ବାଦ’ କାର୍ଯ୍ୟାଳୟ (ଅଂଶୁମାନ-୯୪୩୮୦୪୧୬୬୪, ଅନନ୍ତ-୯୧୭୮୭୬୭୫୩୬) ସହ ଯୋଗାଯୋଗ କରିବାକୁ ଅନୁରୋଧ।

ଶୁଭକାମନା ସହ
ସୌମ୍ୟରଂଜନ ପଟ୍ଟନାୟକ
ସଂପାଦକ

ସମ୍ବନ୍ଧିତ ଖବର