ନିଆଁରେ ପୋଡ଼ି ମହିଳାଙ୍କ ମୃତ୍ୟୁ

ବୁର୍ଲା: ସମ୍ବଲପୁର ଜିଲ୍ଲା ଯୁଯୁମୁରା ଥାନା ଛାମୁଣ୍ଡା ଗାଁର ଅଯୋଧ୍ୟା ପୋଢଙ୍କ ଝିଅ ଭାରତୀ ପୋଢ(୨୮)ଙ୍କ ନିଆଁରେ ପୋଡି ମୃତ୍ୟୁ ହୋଇଛି। ଗତ ୮ ତାରିଖ ରାତି ୧୧ଟାରେ ସେ ପାଣି ଗରମ କରୁଥିବା ବେଳେ ଗ୍ୟାସ ନିଆଁ ତାଙ୍କ ଦେହରେ ଲାଗିଯିବାରୁ ଶରୀର ପ୍ରାୟ ୪୦ ପ୍ରତିଶତ ଅଂଶ ପୋଡି ଯାଇଥିଲା। ତାଙ୍କୁ ଚିକିତ୍ସା ପାଇଁ ବୁର୍ଲା ମେଡିକାଲ୍‍ ବର୍ଣ୍ଣ ୟୁନିଟରେ ଭର୍ତ୍ତିି କରାଯାଇଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଏନେଇ ମେଡିକାଲ୍‍ ପୁଲିସ୍‍ ଫାଣ୍ଡିରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି।

ସମ୍ବନ୍ଧିତ ଖବର