ରେଳ ଧାରଣାରୁ ମହିଳାଙ୍କ ଶବ ଉଦ୍ଧାର

କାକିରିଗୁମ୍ମା : କାକିରିଗୁମ୍ମା ଥାନା ଅନ୍ତର୍ଗତ ସାନନେରେକା ଗ୍ରାମ ନିକଟସ୍ଥ ରେଳଧାରଣାରୁ ଜଣେ ମହିଳାଙ୍କ ଶବ ଉଦ୍ଧାର କରାଯାଇଛି। ମୃତ ମହିଳା ଚିଙ୍ଗି ଦାମୀ ବୋଲି ଜଣାପଡିଛି। ବାପା ଗୋପୀ ମୁଦୁଲି ଥାନାରେ ଦେଇଥିବା ଲିଖିତ ଅଭିଯୋଗ ଅନୁସାରେ ତାଙ୍କ ଝିଅ ସାନନେରେକା ଗ୍ରାମର ଭରକା ଦାମୀଙ୍କୁ ବିବାହ କରିଥିଲେ। ଗତକାଲି ବିଳମ୍ବିତ ରାତି ପର୍ଯ୍ୟନ୍ତ ଚିଙ୍ଗି ଘରକୁ ନଫେରିବାରୁ ସ୍ବାମୀ, ଶାଶୂଙ୍କ ସହ ଅନ୍ୟମାନେ ଆଖପାଖ ଅଞ୍ଚଳରେ ଖୋଜାଖୋଜି କରିଥିଲେ। ବହୁ ସମୟ ଧରି ସନ୍ଧାନ ପରେ ଗ୍ରାମ ନିକଟସ୍ଥ ରେଳଧାରଣାରେ ଚିଙ୍ଗିର ମୃତଦେହ ପଡିଥିବା ଦେଖିଥିଲେ। ଏ ସଂପର୍କରେ ଆଜି ସକାଳେ କାକିରିଗୁମ୍ମା ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲା। ଏହାପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଶବ ଜବତ କରିବା ସହ ବ୍ୟବଚ୍ଛେଦ ନିମନ୍ତେ ମେଡ଼ିକାଲ ପଠାଇଥିବା ତଦନ୍ତକାରୀ ଅଫିସର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର