ସୋର ଷ୍ଟେସନ ନିକଟରେ ମହିଳାଙ୍କ ମୃତଦେହ ଠାବ, ଆତ୍ମହତ୍ୟା ସନ୍ଦେହ!

ବାଲେଶ୍ବର: ବାଲେଶ୍ବର ଜିଲ୍ଲା ଅନ୍ତର୍ଗତ ସୋର ଷ୍ଟେସନ ନିକଟରେ ଜଣେ ମହିଳାଙ୍କ ମୃତଦେହ ଆଜି ସକାଳୁ ଦେଖିବାକୁ ମିଳିଛି। ଆଜି ଭୋର ସମୟରେ ସୋର ଷ୍ଟେସନର ଦକ୍ଷିଣ କ୍ୟାବିନ ନିକଟରେ ଏକ ମହିଳାଙ୍କ ମୃତଦେହ ଲୋକେ ଦେଖିବାକୁ ପାଇଥିଲେ। ଏହାପରେ ସେମାନେ ସୋର ଷ୍ଟେସନ ମାଷ୍ଟରଙ୍କୁ ଏ ନେଇ ଜଣାଇଥିଲେ।

ଷ୍ଟେସନ ମାଷ୍ଟର ଘଟଣା ସ୍ଥଳ ପରିଦର୍ଶନ କରିବାପରେ ଜିଆରପିକୁ ଖବର ଦେଇଥିଲେ। ଜିଆରପି ପକ୍ଷରୁ ତଦନ୍ତ ଆରମ୍ଭ ହୋଇଥିବା ଜଣାଯାଇଛି। ସେଠାରୁ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଥିବାର ସୂଚନା ମିଳିଛି। ଉକ୍ତ ଅପରିଚିତ ମହିଳାଙ୍କ ମୃତ୍ୟୁ କିପରି ହୋଇଛି ,ତାହା ଏବେ ବି ତଦନ୍ତ ସାପେକ୍ଷ। ତେବେ ସେ ଜଣେ ବିବାହିତା ବୋଲି ସ୍ପଷ୍ଟ ହୋଇଛି।

ତାଙ୍କର ବୟସ ୩୦ରୁ ୩୨ ବର୍ଷ ବୋଲି ଅନୁମାନ କରାଯାଉଛି। ଉକ୍ତ ମହିଳାଙ୍କ ମୁଣ୍ଡରେ ମାଡ଼ ହୋଇଥିବାର ଦେଖିବାକୁ ମିଳିଛି। ତା’ଛଡ଼ା ତାଙ୍କର ଗୋଡ଼ ମଧ୍ୟ କଟିଯାଇଥିବା ଜଣାଯାଇଛି। ଏହା ହତ୍ୟା ନୁହେଁ, ବରଂ ଆତ୍ମହତ୍ୟା ବୋଲି ସେ ଅଞ୍ଚଳରେ ଆଲୋଚନା ହେଉଛି।

ସମ୍ବନ୍ଧିତ ଖବର