ଚିକିତ୍ସାଳୟ ବାରଣ୍ଡାରେ ପଡ଼ିଥିବା ମହିଳାଙ୍କ ମୃତ୍ୟୁ

ପୁରୀ : ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସଂକ୍ରମଣ ଓ୍ଵାର୍ଡରେ ଥିବା ସରସ୍ୱତୀ ନାମ୍ନୀ ଜଣେ ଅଣଓଡ଼ିଆ ମହିଳାଙ୍କର ଆଜି ମୃତ୍ୟୁ ଘଟିଛି। ସରସ୍ୱତୀଙ୍କର ମୃତଦେହକୁ ନେବା ପାଇଁ ତାଙ୍କ ସ୍ୱାମୀଙ୍କୁ ଯୋଗାଯୋଗ କରାଯାଇଥିଲେ ମଧ୍ୟ ସେ ଝାଡ଼ଖଣ୍ଡ ଟାଟାନଗରରୁ ଆସି ଶବ ନେବାକୁ ଅମଙ୍ଗ ହୋଇଛନ୍ତି। ସରସ୍ୱତୀଙ୍କ ସହିତ ତାଙ୍କର କୌଣସି ସମ୍ପର୍କ ନାହିଁ ବୋଲି ସେ ଫୋନରେ ସହାୟିକା ସସ୍ମିତା ସେନାପତିଙ୍କୁ କହିଛନ୍ତି। ଫଳରେ ସରସ୍ୱତୀଙ୍କର ମୃତଦେହକୁ ନେଇ ଚିକିତ୍ସାଳୟ କର୍ତ୍ତୃପକ୍ଷ ଅଡୁଆରେ ପଡ଼ିଛନ୍ତି।

ସମ୍ବନ୍ଧିତ ଖବର