ମୟୁରଭଞ୍ଜ: ୪ ଶିଶୁକୁ ଜନ୍ମ ଦେଲେ ମହିଳା, ମା’-ଶିଶୁମାନେ ସୁସ୍ଥ 

ବାଲେଶ୍ୱର/ଶୁଳିଆପଦା: କଥାଟି ଅଦ୍ଭୁତ ଲାଗୁଥିଲେ ବି ସତ। ଏକସାଙ୍ଗରେ ୪  ଜଣ ଶିଶୁଙ୍କୁ ସ୍ୱଭାବିକ ଭାବେ ଜନ୍ମ ଦେଇଛନ୍ତି ଜଣେ ମହିଳା। ଘଟଣା ସଂପର୍କରେ ପ୍ରଚାରିତ ହେବା ସ୍ଥାନୀୟ ଅଞ୍ଚଳରେ ଚାଞ୍ଚଲ୍ୟ ଖେଳିଯାଇଛି।

ସୂଚନା ମୁତାବକ ମୟୁରଭଞ୍ଜ ଜିଲ୍ଲାର ଶୁଳିଆପଦା ବ୍ଲକ୍‌ ବାଘଡା ପଞ୍ଚାୟତ ଅଧିନ ଶିଙ୍ଗଡା ଗ୍ରାମର ଦିବାକର ଧଳଙ୍କ ପୁତ୍ରବଧୁ (ପୁତ୍ର ଉତ୍ତମ କୁମାର ଧଳଙ୍କ ସ୍ତ୍ରୀ) ଝୁନୁ ରାଣୀ ଧଳ (୨୦) ୭ ମାସର ଗର୍ଭବତୀ ଥିଲେ। ଝୁନ ସୋମବାର ରାତିରେ ପେଟ ଯନ୍ତ୍ରଣା ଅନୁଭବ କରିଥିଲେ। ଏହା ପରେ ସ୍ଥାନୀୟ ଆଶା କର୍ମୀ ହିନୁମତି ଧଳଙ୍କ ସହାୟତାରେ ଏକ ଘୋରଇ ଭଡା ଗାଡିରେ  ରାତି ୧୨ଟା ୪୮ମିନିଟରେ ବାରିପଦାସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ମେଡିକାଲ କଲେଜ ଓ ହସପିଟାଲରେ ଭର୍ତ୍ତି କରିଥିଲେ। ତେବେ ମଙ୍ଗଳବାର  ଅପରାହ୍ନ ୧ଟା ୧୮ରେ ଝୁନୁ ସ୍ୱଭାବିକ ଭାବେ ୩ ଶିଶିକନ୍ୟାଙ୍କୁ ଜନ୍ମ ଦେବା ପରେ ଗୋଟାଏ ଶିଶୁପୁତ୍ର ଜନ୍ମ ଦେଇଛନ୍ତି। ଶିଶୁମାନଙ୍କର ଓଜନ ଯଥାକ୍ରମେ ୬୮୦ ଗ୍ରାମ, ୫୮୦ ଗ୍ରାମ, ୭୩୦ ଗ୍ରାମ ଓ ୯୦୦ ଗ୍ରାମ ଥିବା ବେଳେ ସମସ୍ତେ ଏସ.ଏନ.ସି.ୟୁରେ ଚିକିତ୍ସାଧିନ ଥିବାର ଖବର ମିଳିଛି। ମା’ ର ଅବସ୍ଥା ସ୍ୱଭାବିକ ଅଛି।

 

ସମ୍ବନ୍ଧିତ ଖବର