ସର୍ପ ଦଂଶନ ଯୋଗୁଁ ମହିଳା ମୃତ

ଭଦ୍ରକ: ରବିବାର ସକାଳେ ଭଦ୍ରକ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୋରକରା ଗ୍ରାମରେ ସର୍ପାଘାତ ଯୋଗୁଁ ଜଣେ ମହିଳାଙ୍କର ମୃତ୍ୟୁ ହୋଇଯାଇଛି।
ମୃତ ମହିଳା ହେଉଛନ୍ତି ହରିହର ପୋଥାଳଙ୍କ ପତ୍ନୀ ୫୦ ବର୍ଷୀୟ ସୁକାନ୍ତି।

ବଡ଼ିସକାଳୁ ସୁକାନ୍ତି ତାଙ୍କ ବାଡ଼ିରେ କୌଣସି କାମ କରୁଥିବା ବେଳେ ତାଙ୍କୁ କେହି ଗୋଟାଏ ଦଂଶନ କରିଥିବା ଜାଣିଥିଲେ ମଧ୍ୟ ଘରେ କାହାରିକୁ କହି ନ ଥିଲେ।

ପରେ ଦଂଶନ ଜାଗାରେ ଜ୍ୱାଳା ବଢ଼ିବା ଏବଂ ମୁଣ୍ଡ ବୁଲାଇବାରୁ ସେ ଏ କଥା ଘରଲୋକଙ୍କୁ କହିଥିଲେ।

ଚିକିତ୍ସା ନିମନ୍ତେ ତୁରନ୍ତ ତାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲେ ବି ସେଠାରେ ତାଙ୍କର ମୃତ୍ୟୁ ଘଟିଥିଲା।

ବ୍ୟବଚ୍ଛେଦ ପରେ ସୁକାନ୍ତିଙ୍କ ଶବ ତାଙ୍କ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ଡାକ୍ତରଖାନା ସୂତ୍ରରୁ ପ୍ରକାଶ।

ସମ୍ବନ୍ଧିତ ଖବର