ସ୍ବାଇନ ଫ୍ଲୁରେ ମହିଳା ମୃତ

ଦାରିଙ୍ଗବାଡ଼ି : କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡି ଅଞ୍ଚଳର ଜଣେ ମହିଳା ସ୍ବାଇନ ଫ୍ଲୁରେ ପ୍ରାଣ ହରାଇଥିବା ପରିବାର ପକ୍ଷରୁ ସୂଚନା ମିଳିଛି। ମୃତକ ଜଣକ ହେଲେ ତିଳୋତ୍ତମା ସାହୁ। ଶିକ୍ଷକ ମୋହନ ସାହୁଙ୍କ ପତ୍ନୀ ତିଳୋତ୍ତମା ନିମୋନିଆରେ ଆକ୍ରାନ୍ତ ହୋଇ ଦାରିଙ୍ଗବାଡିରେ ଚିକିତ୍ସିତ ହୋଇଥିଲେ। ପରେ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ରକ୍ତନମୁନା ପରୀକ୍ଷା ବେଳେ ସେ ସ୍ବାଇନ୍ ଫ୍ଲୁରେ ଆକ୍ରାନ୍ତ ଥିବା ଜଣାପଡ଼ିଥିଲା। ଗତକାଲି ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ତି‌ଳୋତ୍ତମାଙ୍କ ବି‌ୟୋଗରେ ଦାରିଙ୍ଗବାଡ଼ିରେ ଶୋକର ଛାୟା ଖେଳିଯାଇଥିବା ବେଳ‌େ ତାଙ୍କର ଦୁଇ ଝିଅ ଅଛନ୍ତି।। ଏହାସହ ତି‌ଳୋତ୍ତମା ପ୍ରଜାପିତା ବ୍ରହ୍ମାକୁମାରୀର ଦାରିଙ୍ଗବାଡ଼ି ଶାଖାର ସେ ସକ୍ରିୟ ସଦସ୍ୟ  ଥିଲେ। ଶିକ୍ଷକ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି।

ସମ୍ବନ୍ଧିତ ଖବର