ସଡ଼କ ଦୁର୍ଘଟଣାରେ ମହିଳା ଶ୍ରମିକଙ୍କ ମୃତ୍ୟୁ

ଉତ୍ତେଜନା ପୂର୍ବରୁ ଶବ ବ୍ୟବଚ୍ଛେଦ!

କଳିଙ୍ଗନଗର/ଦାନଗଦୀ :ସଡ଼କ ଦୁର୍ଘଟଣାରେ କଳିଙ୍ଗନଗର ଭିସା ଷ୍ଟିଲ୍‌ର ଜଣେ ମହିଳା ଶ୍ରମିକଙ୍କର ମୃତ୍ୟୁ ହୋଇଛି। ସେ କାମ ସାରି ଘରକୁ ଫେରୁଥିବାବେଳେ ଏକ ଟ୍ୟାଙ୍କର ଧକ୍କା ଦେଇଥିଲା। ଏଥିରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହି ଘଟଣାକୁ ନେଇ ଉତ୍ତେଜନା ପ୍ରକାଶ ପୂର୍ବରୁ ଶବ ବ୍ୟବଚ୍ଛେଦ କରାଯାଇଥିବା ଜଣାପଡ଼ିଛି।

ମୃତା ମହିଳା ହେଲେ, ଟମକା ଥାନା ପାଟବାଲି ଗ୍ରାମର ସରୋଜ ମହାନ୍ତଙ୍କ ପତ୍ନୀ ମମତା ((୨୫)। ସେ ଭିସା ଷ୍ଟିଲ୍‌ରେ ଠିକା ଶ୍ରମିକ ଭାବେ କାମ କରୁଥିଲେ। ଆଜି ଅପରାହ୍ନ ୨ଟା ସମୟରେ ସେ ଘରକୁ ଫେରୁଥିବାବେଳେ କାରଖାନାକୁ ଗୁଡ଼ ନେଇ ଯାଉଥିବା ଏକ ଟ୍ୟାଙ୍କର୍‌ (୦୨ଏପି-୫୯୫୧) ତାଙ୍କୁ ଧକ୍କା ଦେଇଥିଲା। ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଏହାକୁ ନେଇ ଉତ୍ତେଜନା ପ୍ରକାଶ ପାଇବା ପୂର୍ବରୁ ଯଖପୁରା ପୁଲିସ୍‌ ଶବ ବ୍ୟବଚ୍ଛେଦ ପାଇଁ ଦାନଗଦୀ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଠାଇ ଦେଇଥିଲା। ଏଥିସହିତ, ଟ୍ୟାଙ୍କର୍‌କୁ ଜବତ କରିଥିଲେ। ଏହି ଘଟଣାକୁ ବେଶୀ ବାଟ ନଆଗେଇବା ପାଇଁ କାରଖାନା କର୍ତ୍ତୃପକ୍ଷ ଉଦ୍ୟମ କରିଥିଲେ। କାରଖାନା କର୍ତ୍ତୃପକ୍ଷ, ଠିକାଦାର ଓ ମୃତ ମମତାଙ୍କର ପରିବାର ଲୋକଙ୍କ ମଧ୍ୟରେ ବୁଝାମଣା ହୋଇଥିଲା। ବୁଝାମଣା ଅନୁସାରେ, ମୃତା ମମତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଦେବାପାଇଁ ସ୍ଥିର ହୋଇଥିଲା।

ତେବେ, ଏହି କ୍ଷତିପୂରଣକୁ ନେଇ କିଛି ଲୋକ ଅସନ୍ତୋଷ ପ୍ରକାଶ କରୁଥିବା ଦେଖିବାକୁ ମିଳିଥିଲା। ସେମାନେ କହିଥିଲେ ଯେ, କାରଖାନାକୁ ଯିବାଆସିବା ବାଟରେ ଦୁର୍ଘଟଣା ହେଲେ ତାହା କାରଖାନା ପରିସରରେ ଦୁର୍ଘଟଣା ବୋଲି କ୍ଷତିପୂରଣ ଆଇନ୍‌ରେ ଉଲ୍ଲେଖ ରହିଛି। ମୃତ ମମତାଙ୍କ ପରିବାର କ୍ଷତିପୂରଣ ପାଇଁ ହକ୍‌ଦାର। ତେବେ, ୨ ଲକ୍ଷ ଟଙ୍କା ନୁହେଁ ଏ ବାବଦରେ ଅଧିକ ପରିମାଣର ଅଧିକ ପରିମାଣର ଅର୍ଥ ଦିଆଯାଉ ବୋଲି ଅନ୍ୟପକ୍ଷରେ, ଶ୍ରମ ବିଭାଗ ଏହା ଅନୁସଂଧାନ କରିବା ସହିତ କ୍ଷତିଗ୍ରସ୍ତ ପରିବାରକୁ ଉପଯୁକ୍ତ କ୍ଷତିପୂରଣ ଦେବାକୁ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର