ଦୁର୍ଦାନ୍ତ ମହିଳା ନକ୍ସଲଙ୍କ ଆତ୍ମସମର୍ପଣ

ମାଲକାନଗିରି : ନକ୍ସଲ ସଂଗଠନର ହାତ ଛାଡ଼ିଛନ୍ତି ମୋଷ୍ଟଓ୍ଵାଣ୍ଟେଡ୍‌ ମାଓନେତ୍ରୀ କେ.ଲକ୍ଷ୍ମୀ ଓରଫ ସ୍ୱେତା ଓରଫ କୁମାରୀ। ମାଲକାନଗିରି ଜିଲ୍ଲା ପୁଲିସ ମୁଖ୍ୟାଳୟରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏସପି ଜଗମୋହନ ମୀନାଙ୍କ ନିକଟରେ ଲକ୍ଷ୍ମୀ ଆତ୍ମସମର୍ପଣ କରିଛି। ଚିତ୍ରକୋଣ୍ଡା ବ୍ଲକ ପାପଲୁର ପଞ୍ଚାୟତ ଅନ୍ତର୍ଗତ ଏଟାବେଟି ଗାଁରେ ତାଙ୍କ ଘର। ୨୦୦୮ ମସିହାରେ ସେ ସଂଗଠନରେ ସାମିଲ ହୋଇଥିଲେ। ପରେ ସେ କୁଡୁମୁଲୁଗୁମ୍ମା ଏରିଆ କମଟିର ଏସିଏମ (ଏରିଆ କମିଟି ମେମ୍ବର) ଭାବେ ପଦୋନ୍ନତି ପାଇଥିଲେ। ପୁଲିସର ସୂଚନା ଅନୁଯାୟୀ, କୋରାପୁଟ-ବିଶାଖା-ମାଲକାନଗିରି ବୋର୍ଡର ଡିଭିଜନ ଅଧୀନରେ କାର୍ଯ୍ୟ କରୁଥିବା ଲକ୍ଷ୍ମୀ କୁଡୁମୁଲୁଗୁମ୍ମା ଏରିଆ କମିଟି ସଦସ୍ୟ ତଥା ମାଓନେତା ସୁଧିର ଓରଫ ଧନଞ୍ଜୟ କୋପେଙ୍କ ପତ୍ନୀ। ଚିତ୍ରକୋଣ୍ଡା ବିଚ୍ଛିନ୍ନାଞ୍ଚଳରେ ଏହି ମାଓ ଦମ୍ପତିଙ୍କ ପତିଆରା ରହିଥିଲା। ରାଜ୍ୟ ସରକାର ଲକ୍ଷ୍ମୀଙ୍କ ନାମରେ ୪ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର