ଏସ୍‌ସିବିରେ ଅଭାବନୀୟ ଘଟଣା : ୨ ଶିଶୁକନ୍ୟାଙ୍କୁ ଛାଡ଼ି ପଲାଇଲେ ମା’

0 826

କଟକ :ଏସ୍‌ସିବିରେ ଘଟିଛି ଏକ ଅଭାବନୀୟ ଘଟଣା। ଶିଶୁ କନ୍ୟାଙ୍କୁ ଜନ୍ମ ଦେବା ପରେ ଦୁଇ ଜଣ ମା’ ସେମାନଙ୍କୁ ବଡ଼ ମେଡିକାଲରେ ଛାଡି ପଳାଇଛନ୍ତି। ଘଟଣା ଜଣାପଡିବା ପରେ ଏସ୍‌ସିବି କର୍ତୃପକ୍ଷ ଦୁଇ ଶିଶୁକନ୍ୟାଙ୍କୁ ଉଦ୍ଧାର କରି ଏସ୍‌ଏନ୍‌ସିୟୁରେ ଭର୍ତ୍ତି କରିଛନ୍ତି।

ସୂଚନା ଅନୁସାରେ, ଗତକାଲି ଏସ୍‌ସିବି ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ କଟକ ବକ୍ସିବଜାର ଅଞ୍ଚଳର ଜଣେ ସଂଖ୍ୟାଲଘୁ ସଂପ୍ରଦାୟର ମହିଳା ସନ୍ତାନ ପ୍ରସବ କରିଥିଲେ। ସନ୍ତାନ ଜନ୍ମ ହେବାପରେ ଉଭୟ ମା’ ଓ ଶିଶୁକନ୍ୟା ଠିକ୍‌ ମଧ୍ୟ ଥିଲେ। ସେହିପରି ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳା ମଧ୍ୟ ଏକ ଶିଶୁ କନ୍ୟାକୁ ଜନ୍କ ହେଇଥିଲେ। ହେଲେ ରାତିରେ ହଠାତ୍‌ ଦେଖିଲାବେଳକୁ କେବଳ ଦୁଇ ଛୁଆ ବେଡ୍‌ରେ ଶୋଇଛନ୍ତି। ସେମାନଙ୍କ ମା’ ଅଥବା ପରିବାରର ଅନ୍ୟ କେହି ସେଠାରେ ନାହାନ୍ତି। ପାଖ ବେଡ୍‌ରେ ଥିବା ଅନ୍ୟ ପ୍ରସୂତିମାନେ ତୁରନ୍ତ ଏ ସଂପର୍କରେ ୱାର୍ଡ ଦାୟିତ୍ବରେ ଥିବା ନର୍ସଙ୍କୁ ଜଣାଇଥିଲେ। ଖୋଜାଖୋଜି ପରେ ମା’ମାନଙ୍କ ସଂପର୍କରେ ଜଣାନପଡିବାରୁ ଦୁଇ ଶିଶୁକନ୍ୟାଙ୍କୁ ତୁରନ୍ତ ଏସ୍‌ଏନ୍‌ସିୟୁରେ ରଖାଯାଇଥିଲା। ଏସ୍‌ସିବି ଅଧୀକ୍ଷକ ପ୍ରଫେସର ଡାକ୍ତର ପ୍ରସନ୍ନ କୁମାର ଦେବତା ଓ ହସ୍ପିିଟାଲ ମ୍ୟାନେଜର ସୌମ୍ୟା ମହାନ୍ତି ଘଟଣାସ୍ଥଳରେ ପହଞ୍ଚି ଦୁଇ ନବଜାତକଙ୍କୁ କିପରି ଚିକିତ୍ସା କରାଯିବ ସେ ସଂପର୍କରେ ତଦାରଖ କରିଥିଲେ। ଏନ୍‌ଆରଏଚ୍‌ଏମ୍‌ ବିଭାଗ ପକ୍ଷରୁ ଦୁଇ ନବଜାତ ଶିଶୁକନ୍ୟାଙ୍କ ସମସ୍ତ ଚିକିତ୍ସା ଖର୍ଚ୍ଚ ବହନ କରାଯାଇଛି। ଅନ୍ୟପଟେ ଦୁଇ ଶିଶୁକନ୍ୟା ସୁସ୍ଥ ଥିବା ବେଳେ ସିସି ଟିଭି ଯାଞ୍ଚ କରି ଘଟଣା ସଂପର୍କରେ ଅଧିକ ଖୋଳତାଡ଼ କରାଯାଉଥିବା ମେଡିକାଲ କତ୍ତୃର୍ପକ୍ଷ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର

Leave A Reply

Your email address will not be published.