ଜଙ୍ଗଲରୁ ମହିଳାଙ୍କ ସମେତ ୨ ଶିଶୁଙ୍କ ଶବ ଉଦ୍ଧାର, ହତ୍ୟା ସନ୍ଦେହ

ଦେବଗଡ଼ : ଦେବଗଡ଼ ଜିଲ୍ଲା ବାରକୋଟ ଥାନା ଅନ୍ତର୍ଗତ ଦଣ୍ଡାସଂଘା ପଞ୍ଚାୟତ ବାଲିରଇ ଜଙ୍ଗଲରୁ ୪ ଦିନ ତଳେ ଜଣେ ମହିଳାଙ୍କ ଗଳିତ ଶବ ଉଦ୍ଧାର କରାଯାଇଥିଲା। ଶନିବାର ସନ୍ଧ୍ୟାରେ ପୁଣି ସେହ ସ୍ଥାନରୁ ୨ ଶିଶୁଙ୍କ ଶବକୁ ବାରକୋଟ୍‌ ଥାନା ପୁଲିସ ଜବତ କରିଛି। ଉକ୍ତ ସ୍ଥାନରୁ ଚୁଡ଼ି, ମାଳି ଓ ଶାଢ଼ି ମଧ୍ୟ ଜବତ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମାନ ସ୍ଥାନରୁ ୩ ଜଣଙ୍କ ଶବ ଉଦ୍ଧାର ଘଟଣା ସ୍ଥାନୀୟ ଅଞ୍ଚଳରେ ଚର୍ଚାର ବିଷୟ ପାଲଟିଛି। ଅଦ୍ୟାବଧି ଶବ ୩ଟିର ପରିଚୟ ଜଣାପଡ଼ି ନାହିଁ। କେହି ହତ୍ୟା କରି ଏଠାରେ ପୋତି ଦେଇଥିବା ସନ୍ଦେହ କରାଯାଉଛି। ଏ ସଂପର୍କରେ ଏସ୍‌ପି ରହୁଲ ଜୈନଙ୍କ ସହିତ ଯୋଗାଯୋଗ କରିବାରୁ ସେ କହିଥିଲେ ଏହାର ଫରେନସିକ୍‌ ଯାଞ୍ଚ ପାଇ ପଠାଯାଇଛି। ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସଂପର୍କରେ ଜଣାପଡ଼ିବ। ସେହିପରି ମହିଳା ଓ ଶିଶୁ ଦ୍ବୟଙ୍କ ପରିଚୟ ସଂଗ୍ରହ ଉପରେ ଗୁରୁତ୍ବ ଦିଆଯାଉଛି।

ସମ୍ବନ୍ଧିତ ଖବର