ଜଙ୍ଗଲରୁ ମହିଳାଙ୍କ ଉଲଗ୍ନ ଶବ ଉଦ୍ଧାର

ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ବ୍ଲକ ସୀମାନ୍ତ ଗାଁ ସାତବହନୀ ନିକଟସ୍ଥ ଜଙ୍ଗଲରୁ ଜଣେ ଅଜଣା ମହିଳାଙ୍କ ଉଲଗ୍ନ ଶବ ଉଦ୍ଧାର କରାଯାଇଛି। ତାଙ୍କ ବୟସ ପ୍ରାୟ ୩୦ ବର୍ଷ ହେବ। ତାଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ବ୍ୟବଚ୍ଛେଦ ପରେ ଅଧିକ ତଥ୍ୟ ମିଳିବ ବୋଲି ସୂଚନା ଦେଇଛି।

ପୁଲିସ ସୂତ୍ରରୁ ପ୍ରକାଶ ଯେ, ଗୁରୁବାର ସକାଳେ ସାତବହନୀ ଗାଁର କିଛି ଲୋକ ଜଙ୍ଗଲକୁ ଯାଉଥିବା ବେଳେ ରାସ୍ତା କଡ଼ରେ ଜଣେ ମହିଳାଙ୍କ କ୍ଷତବିକ୍ଷତ ଶବ ଏକ ଗଛରେ ବନ୍ଧା ହୋଇଥିବା ଦେଖିଥିଲେ। ଖବର ପାଇ ଟିଟିଲାଗଡ଼ ପୁଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଶବ ନିକଟରେ ହଳେ ମହିଳା ଚପଲ, ମଙ୍ଗଳସୂତ୍ର ଆଦି ପଡ଼ିଥିଲା। ତାଙ୍କ ଅନ୍ତବସ୍ତ୍ର ଛଡ଼ା ଶବ ପଡିଥିବା ସ୍ଥାନରେ ଆଉ କୌଣସି ଲୁଗାପଟା ନଥିଲା। ଏହାସହ ମହିଳାଙ୍କ ପିଠିରେ ବାଲି ଲାଗିଥିବାରୁ ଅନ୍ୟ କୌଣସି ସ୍ଥାନରେ ହତ୍ୟା କରି ଏଠାରେ ଶବ ରଖା ଯାଇଥିବା ପୁଲିସ ତଦନ୍ତରୁ ଜାଣି ପାରିଛି। ତେବେ ଶବ ପଡ଼ିଥିବା ସ୍ଥାନଟି ମୁରିବାହାଲ ଥାନା ଅଧୀନରେ ଆସୁଥିବାରୁ ମୁରିବାହାଲ ଥାନାଧିକାରୀ ପୁଲିସ ବଳ ସହ ପହଞ୍ଚି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛନ୍ତି।

ସମ୍ବନ୍ଧିତ ଖବର