ବିଷ ପିଇ ମହିଳାଙ୍କ ଆତ୍ମହତ୍ୟା ଉଦ୍ୟମ

ଅତାବିରା:ବରଗଡ଼ ଜିଲ୍ଳା ଅତାବିରା ବ୍ଳକ ଟାଂଗରପାଲି ଗ୍ରାମର ଘସିଆ ରୋହିଦାସଙ୍କ ପତ୍ନୀ ରମା ରୋହିଦାସ(୪୦) ଗୁରୁବାର ଅପରାହ୍ନରେ ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ତାଙ୍କୁ ବୁର୍ଲା ମେଡ଼ିକାଲରେ ଭର୍ତି କରାଯାଇଥିବା ବେଳେ ଅବସ୍ଥା ଗୁରୁତର ଥିବା ଜଣାପଡ଼ିଛି। କୃଷି କାର୍ଯ୍ୟରେ ମାତ୍ରାଧିକ ଋଣରେ ଚିନ୍ତାଗ୍ରସ୍ତ ହୋଇ ସେ ଆତ୍ମହତ୍ୟା ଉଦ୍ୟମ କରିଥିବା ଅଭିଯୋଗ ହେଉଛି। ଘଷିଆଙ୍କ ନିଜସ୍ୱ ୩ ଏକର ଜମି ଥିବା ସହ ଆଉ ୩ ଏକର ଜମି ଭାଗଚାଷ କରୁଥିଲେ। ଚାଷ ପାଇଁ ଔଷଧ ଦୋକାନଠୁ ଆରମ୍ଭ କରି ହାତ ଉଧାରି ବାବଦକୁ ତାଙ୍କର ଲକ୍ଷାଧିକ ଋଣ ରହିଛି। ରୋଗପୋକ ଯୋଗୁଁ ଫସଲ ଆଶାନୁରୂପ ନ ହେବା ଯୋଗୁଁ ଋଣ ପରିଶୋଧ କରିବାକୁ ନେଇ ପରିବାର ଚିନ୍ତା ବୁଡ଼ି ରହିଥିଲା। ଶେଷରେ ହତାଶ ହୋଇ ରମା ବିଷ ପିଇ ଆତ୍ମହତ୍ୟା ଉଦ୍ୟମ କରିଥିବା କୁହାଯାଉଛି।

ସମ୍ବନ୍ଧିତ ଖବର