ରାଉରକେଲା : ଜଣେ ମହିଳା ତାଙ୍କର କୁନି ପୁଅର ଚିକିତ୍ସା ଲାଗି ନେହୁରା ହେଉଥିଲେ। କିନ୍ତୁ ମୋବାଇଲରେ ଗେମ୍ ଖେଳିବାରେ ବ୍ୟସ୍ତ ଥିଲେ ଡାକ୍ତରାଣୀ। ଆଜି ୫-ଟି ସଚିବ ଭି.କାର୍ତ୍ତିକେୟନ ପାଣ୍ଡିଆନ ରାଉରକେଲା ଜେନେରାଲ ହସ୍ପିଟାଲ୍ ଗସ୍ତରେ ଆସିଥିବାବେଳେ ତାଙ୍କ ଗାଡ଼ି ପାଖକୁ ଆସି ଏମିତି ସାଂଘାତିକ ଅଭିଯୋଗ ଆଣିଥିଲେ ସେକ୍ଟର-୨୦ ରାଉରକେଲା କ୍ଲବ ପଛପାର୍ଶ୍ବ ବସ୍ତିର ସୀମା ମୁଖୀ ଓ ତାଙ୍କ ବୋହୂ ଟିନା ମୁଖୀ। ସେମାନଙ୍କ ଅଭିଯୋଗ ଶୁଣିବା ପରେ ଶ୍ରୀ ପାଣ୍ଡିଆନ ପାନପୋଷ ଉପଜିଲ୍ଲାପାଳ ବିଶ୍ବଜିତ୍ ମହାପାତ୍ରଙ୍କୁ ଘଟଣାର ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପାଣ୍ଡିଆନଙ୍କ ନିର୍ଦ୍ଦେଶ ପରେ ତ୍ବରିତ ପଦକ୍ଷେପ ସ୍ବରୂପ ଉପଜିଲ୍ଲାପାଳ ଶ୍ରୀ ମହାପାତ୍ର ଅଭିଯୋଗକାରିଣୀ ସୀମା ମୁଖୀ ଓ ତାଙ୍କ ବୋହୂ ଟିନାଙ୍କୁ ହସ୍ପିଟାଲକୁ ଡାକି ଘଟଣାର ତଦନ୍ତ କରିଥିଲେ। ସମ୍ପୃକ୍ତ ମହିଳା ଡାକ୍ତରଙ୍କୁ ଅଭିଯୋଗ ସମ୍ପର୍କରେ ପଚାରାଉଚୁରା ମଧ୍ୟ କରିଥିଲେ। ତେବେ ଡାକ୍ତରାଣୀଙ୍କ ବିରୋଧରେ ଉପରୋକ୍ତ ଅଭିଯୋଗ ମିଛ ବୋଲି ଶ୍ରୀ ଉପଜିଲ୍ଲାପାଳ ପରେ ସାମ୍ବାଦିକମାନଙ୍କୁ କହିଥିଲେ। କିନ୍ତୁ ଉଲ୍ଲେଖନୀୟ ଯେ ଘଟଣାସ୍ଥଳରେ ଉପସ୍ଥିତ ଥିବା ଅନ୍ୟଜଣେ ରୋଗୀଙ୍କ ଭଉଣୀ ରାନୀ ଖାତୁନ୍ ସୀମା ମୁଖୀଙ୍କ ଅଭିଯୋଗ ସତ୍ୟ ବୋଲି ସାମ୍ବାଦିକମାନଙ୍କ ଆଗରେ ପ୍ରକାଶ କରିଛନ୍ତି।
ପୁଅର ଚିକିତ୍ସା ପାଇଁ ନେହୁରା ହେଉଥିଲେ ମା’, ମୋବାଇଲରେ ଗେମ୍ ଖେଳୁଥିଲେ ଡାକ୍ତରାଣୀ!
/sambad/media/post_attachments/wp-content/uploads/2019/10/RKL-sima-mukhi.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)