ମହିଳା କ˚ଗ୍ରେସ ପ୍ରତିନିଧି ଦଳର ପିପିଲି ଗସ୍ତ: ସିବିଆଇ ତଦନ୍ତ ଦାବି

ଭୁବନେଶ୍ବର/ପିପିଲି: ଆଜି ଅଖିଳ ଭାରତ ମହିଳା କ˚ଗ୍ରେସ ସଭାନେତ୍ରୀ ସା˚ସଦ ସୁସ୍ମିତା ଦେବଙ୍କ ସହିତ ରାଜ୍ୟ ମହିଳା କଂଗ୍ରେସର ଏକ ପ୍ରତିନିଧି ଦଳ ପିପିଲି ଅର୍ଜୁନଗୋଦା ଗ୍ରାମ ଗସ୍ତ କରି ମୃତ ବେବିନାଙ୍କ ପରିବାରକୁ ସାକ୍ଷାତ କରିଛନ୍ତି। ବେବିନାଙ୍କ ପରିବାରକୁ ବିଜେଡି ନେତୃତ୍ବାଧୀନ ନବୀନ ସରକାର ଓ ବିଜେପି ନେତୃତ୍ବାଧୀନ ମୋଦୀ ସରକାର ନ୍ୟାୟ ଦେବାରେ ବିଫଳ ହୋଇଥିବା ଏହି ପ୍ରତିନିଧି ଦଳ ଅଭିଯୋଗ କରିଛି। ଏହି ମାମଲାର ସିବିଆଇ ତଦନ୍ତ ଦାବିରେ ମହିଳା କ˚ଗ୍ରେସ ତରଫରୁ ଖୁବଶୀଘ୍ର ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି। ରାଜ୍ୟ ମହିଳା କ˚ଗ୍ରେସ ସଭାନେତ୍ରୀ ସୁମିତ୍ରା ଜେନା ଅଭିଯୋଗ କରିଛନ୍ତି, ମୁଖ୍ୟମନ୍ତ୍ରୀ ଗୃହ ବିଭାଗ ଦାୟିତ୍ବରେ ଥିଲେ ମଧ୍ୟ ପିପିଲି ପୀଡିତାଙ୍କୁ ନ୍ୟାୟ ଦେବାରେ ଘୋର ଅବହେଳା କରିଛନ୍ତି। ଏଥିପାଇଁ ମୁଖ୍ୟମନ୍ତ୍ରୀ ସର୍ବସାଧାରଣରେ କ୍ଷମା ନମାଗିଲେ ମୁଖ୍ୟମନ୍ତ୍ରୀଙ୍କ ଇସ୍ତଫା ଦାବିରେ ବିଧାନସଭା ଘେରାଉ କାର୍ଯ୍ୟକ୍ରମ କରିବାକୁ ମଧ୍ୟ ଦଳ ନିଷ୍ପତ୍ତି ନେଇଛି। ମହିଳା କ˚ଗ୍ରେସ ନେତୃତ୍ବରେ ନିଆଯାଇଥିବା ବିଭିନ୍ନ କାର୍ଯ୍ୟକ୍ରମ ଫଳରେ ମନ୍ତ୍ରୀ ପଦରୁ ପ୍ରଦୀପ ମହାରଥୀ ଇସ୍ତଫା ଦେଇଥିଲେ ମଧ୍ୟ ଏହା ମୁଖ୍ୟମନ୍ତ୍ରୀଙ୍କର ଏକ ନାଟକ ଛଡ଼ା ଆଉ କିଛି ନୁହେଁ। ଆଗାମୀ ଦିନରେ ରାଜ୍ୟର ସମସ୍ତ ମା’ମାନଙ୍କର ଆକ୍ରୋଶ ଏ ସରକାର ଉପରେ ପଡିବ ବୋଲି ଶ୍ରୀମତୀ ଜେନା କହିଛନ୍ତି। ରାଜ୍ୟ ମହିଳା କଂଗ୍ରେସ ସଭାନେତ୍ରୀଙ୍କ ନେତୃତ୍ବରେ ଜାତୀୟ ସଭାନେତ୍ରୀ, ଏଆଇସିସି ସ˚ପାଦକ ଜି. ରୁଦ୍ରରାଜୁ, ପିସିସି ଉପସଭାପତି ଶିବାନନ୍ଦ ରାୟ, ବରିଷ୍ଠ ଆଇନ୍‌ଜୀବୀ ତଥା ପିସିସି ଶୃଙ୍ଖଳା କମିଟି ସଦସ୍ୟ ଧରଣୀଧର ନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ପିସିସି ମୁଖପାତ୍ର ପଦ୍ମାକର ଗୁରୁ, ରାଷ୍ଟ୍ରୀୟ ଯୁବ କ˚ଗ୍ରେସ ପୂର୍ବତନ ସ˚ପାଦକ ମାନସ ମଲ୍ଲିକ ପ୍ରମୁଖ କ˚ଗ୍ରେସର ଏକ ପ୍ରତିନିଧି ଦଳ ମୃତ ବେବିନାଙ୍କ ପରିବାରକୁ ଭେଟିଥିଲା। ଏହି ପ୍ରତିନିଧି ଦଳରେ ଅନ୍ୟମାନଙ୍କ ମଧ୍ୟରେ ନିରୁପମା ପାତ୍ର, ପ୍ରଭାବତୀ ପଟ୍ଟନାୟକ, ସ୍ବାଧୀନବାଳା ଦାସ, କୁସୁମ ପ୍ରଧାନ, ଭାଗ୍ୟଶ୍ରୀ ପ୍ରଧାନ, ବିଷ୍ଣୁପ୍ରିୟା ସାହୁ, ଦୀପା ଚୌଧୁରୀ, ବିଶ୍ବକଲ୍ୟାଣୀ କର, ପ୍ରଭାତି ମିଶ୍ର ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର