ଟିକେଟ୍ କଳି: ତାଲା ପକାଇଲେ ମହିଳା କଂଗ୍ରେସ ନେତ୍ରୀ

ଭୁବନେଶ୍ବର : ରାଜ୍ୟ କଂଗ୍ରେସ ଭବନରେ ଦେଖିବାକୁ ମିଳିଛି ଟିକଟ ତାତି । ଆଜି କିଛି ମହିଳା କର୍ମୀ ରାଜ୍ୟ କଂଗ୍ରେସ ଭବନ ଆସି ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ମହିଳାମାନେ ପ୍ରାର୍ଥୀ ହେବାକୁ ଦାବି କରିଛନ୍ତି। ଏପରିକି ସେମାେନ ଫାଟକରେ ତାଲା ପକାଇ ଧାରଣାରେ ବସିଥିଲେ। ଟିକଟ ଦାବି କରୁଥିବା ମହିଳା କଂଗ୍ରେସ କର୍ମୀ ପିସିସି ସଭାପତିଙ୍କୁ ଚେତାବନୀ ଦେଇଥିଲେ େଯ ଯଦି ଟିକଟ ନମିଳେ, ତେବେ ସେମାନେ ସଭିଏଁ ଭୋଟ୍ ବର୍ଜନ କରିବେ। ସବୁଠାରୁ ବଡ଼ କଥା େହଲା, େଖାଦ ମହିଳା କେଂଗ୍ରସ ସଭାନେତ୍ରୀ ସୁମ୍ରିତା ସାହୁ ଏଥିରେ ସାମିଲ େହାଇଥିଲେ।

ତେବେ ଏହି ସମୟରେ ଭଦ୍ରକ ଜିଲ୍ଲାର ଆଉ କିଛି କଂଗ୍ରେସ କର୍ମୀ ଗେଟ୍ ଖୋଲି କଂଗ୍ରେସ ଭବନ ଭିତରେ ପ୍ରବେଶ କରିବାରୁ ଦୁଇ ପକ୍ଷ ମୁହାଁମୁହିଁ ହୋଇଥିଲେ। ଏହି ସମୟରେ ସୁମିତ୍ରାଙ୍କୁ କିଛି ଲୋକ ଟଣାଓଟରା କରିଥିବା େସ ଗଣମାଧ୍ୟମ ସାମ୍ନାରେ ଅଭିଯୋଗ କରିଛନ୍ତି। ଏପରିକି କ୍ୟାପିଟାଲ ଥାନାରେ ଏ ନେଇ ଏକ ଏତଲା ହୋଇଛି।

ବିେଜଡି େଲାକସଭା ପ୍ରାର୍ଥୀ ଚୟନ େକ୍ଷତ୍ରରେ ୩୩ ପ୍ରତିଶତ ଆସନ ମହିଳାଙ୍କ ପାଇଁ ସଂରକ୍ଷିତ ରଖିବା ପରେ କେଂଗ୍ରସରେ ଏ େନଇ ଅସନ୍ତୋଷ େଜାର ଧରିଛି।

ସମ୍ବନ୍ଧିତ ଖବର