ଭୁବନେଶ୍ବର: ପରଲୋକ ପୂର୍ବରୁ ଉଦାହରଣ ସୃଷ୍ଟି କରିଯାଇଛନ୍ତି ଜଣେ ୮୫ ବର୍ଷ ବୟସ୍କ ମହିଳା। ଆଜି ସକାଳ ୬ଟା ୫ ମିନିଟ୍ରେ ତାଙ୍କର ପରଲୋକ ହୋଇଯାଥିଲା। ମାତ୍ର ଏହା ପୂର୍ବରୁ ସେ ତାଙ୍କର ଦୁଇଟି ଯାକ ଆଖିକୁ ଦାନ କରିଦେବାକୁ ଇଚ୍ଛା ପ୍ରକାଶ କରିଥିଲେ। ତାଙ୍କ ଇଚ୍ଛାକୁ ପୂରଣ କରିବାକୁ ଯାଇ ତାଙ୍କ ପରିବାର ଲୋକ ଦୃଷ୍ଟିଦାନ ଅନୁଷ୍ଠାନ ସହିତ ଯୋଗାଯୋଗ କରିଥିଲେ। ଅନୁଷ୍ଠାନର ଅଭିଜ୍ଞ ଡାକ୍ତରଙ୍କ ଦ୍ବାରା ତାଙ୍କର ଚକ୍ଷୁ ସଂଗ୍ରହ କରାଯାଇଥିଲା। ଏପରି ମହାନ କାମ କରି ଉଦାହରଣ ସୃଷ୍ଟି କରିଥିବା ମହିଳା ହେଲେ କେନ୍ଦ୍ରାପଡ଼ା ଜିଲ୍ଲା କୋରୋ ପଞ୍ଚାୟତ ଅଧୀନ ତନାର ଗ୍ରାମର ବାସନ୍ତୀ ପରିଡ଼ା। ଜଣେ ସମାଜସେବୀ ଓ ଧର୍ମପରାୟଣା ମହିଳା ଭାବେ ସେ ସ୍ଥାନୀୟ ଅଞ୍ଚଳରେ ପରିଚିତ। ତାଙ୍କର ଚକ୍ଷୁଦାନ ସମୟରେ ସଂଯୋଜକ ନୃସିଂହ ନାଥ, କଣ୍ଡୁରୀ ଚରଣ ପାତ୍ର, ସତ୍ୟସାଇ ସେବା ସସିତି କୋରୋର ଆବାହକ ମନ୍ମଥ ସାହୁ, ପୁଅ ରବୀନ୍ଦ୍ର ପରିଡ଼ା, ବିଷ୍ଣୁ ଚରଣ ସାମଲଙ୍କ ବ୍ୟତୀତ ସ୍ଥାନୀୟ ସରପଞ୍ଚ, ଗ୍ରାମବାସୀ ଓ ସଂପର୍କୀୟମାନେ ଉପସ୍ଥିତ ଥିଲା। ଆଜି ସକାଳେ ତାଙ୍କ ପରଲୋକ ଖବର ପ୍ରଚାରିତ ହୋଇଯିବା ପରେ ସ୍ଥାନୀୟ ଅଞ୍ଚଳରେ ଗଭୀର ଶୋକ ପ୍ରକାଶ ପାଇଥିଲା।
ପରଲୋକ ପୂର୍ବରୁ ଚକ୍ଷୁଦାନ କଲେ ମହିଳା
/sambad/media/post_attachments/wp-content/uploads/2019/04/Untitled-11-11.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)