ମଦ ବିରୋଧରେ ମହିଳା ମେଳି : ମହିଳା ଗୋଷ୍ଠୀ ପକ୍ଷରୁ ଭାପୁରରେ ସଚେତନତା ଶୋଭାଯାତ୍ରା

ଢେଙ୍କାନାଳ/ଭାପୁର : ମଦ ଲୋକଙ୍କୁ ସ୍ୱର୍ବସ୍ୱାନ୍ତ କରିବା ସହ ସାମାଜିକ ବିଶୃଙ୍ଖଳାର ଅନ୍ୟତମ କାରଣ ସାଜିଛି। ଅଞ୍ଚଳରୁ ମଦ ହଟାଇବା ପାଇଁ ଆଜି ସଦର ବ୍ଲକ୍‌ ଭାପୁର ଶବର ସମାଜ ମହିଳା ସ୍ୱୟଂସହାୟକ ଗୋଷ୍ଠୀ ଏବଂ ବେଲଟିକିରି ପଞ୍ଚାୟତ ଦାମୋଦରନାଳୀ ମହଳା ସଂଘ ଦାବି କରିଛି। ଶବର ସମାଜ ମହିଳା ଗୋଷ୍ଠୀ ପକ୍ଷରୁ ଭାପୁରରେ ସଚେତନତା ଶୋଭାଯାତ୍ରା, ସଭା ହୋଇଥିବାବେଳେ ଦାମୋଦରନାଳୀ ମହିଳାମାନେ ଜିଲ୍ଲାପାଳଙ୍କୁ ଦାବିପତ୍ର ଦେଇଛନ୍ତି।

ଭାପୁରରେ ଶବର ସମାଜ ମହିଳା ଗୋଷ୍ଠୀ ସହ ଝୁମ୍ପୁଡ଼ିଆ, ଗଞ୍ଜେଇଡିହ, ମହୁଲପୁଞ୍ଜି, ମଧୁସାହୁପାଟଣା ମହିଳା ସଂଘ ସାମିଲ ହୋଇଥିଲେ। ଦିନ ୧୧ଟାବେଳେ ଏକତ୍ରିତ ହୋଇ ଅପରାହ୍‌ଣ ୨ଟାରୁ ଶୋଭାଯାତ୍ରା ଆରମ୍ଭ କରିଥିଲେ। ଭାପୁର ଗାଁର ପ୍ରତି ସାହିରେ ବୁଲି ମଦ ନପିଇବାକୁ ଲୋକଙ୍କୁ ସଚେତନ କରିଥିଲେ। ମଦ ବିକ୍ରିରୁ ନିବୃତ୍ତ ରହିବାକୁ ବଣିଆସାହିର କେତେକ ବେପାରୀଙ୍କୁ ନିବେଦନ କରିଥିଲେ। ଅପରାହ୍‌ଣ ୫ଟାବେଳେ ଭାପୁର ଶବର ସାହିରେ ପ୍ରଫୁଲ୍ଲ ପଣ୍ଡାଙ୍କ ଅଧ୍ୟକ୍ଷତାରେ ସଭା ହୋଇଥିଲା। ହର୍ଷବର୍ଧନ ସିଂହଦେଓ ମୁଖ୍ୟ ଅତିଥି, ଜିଲ୍ଲା ପରିଷଦ ସଭ୍ୟା ଅର୍ଚନା ସାହୁ, ସ୍ଥାନୀୟ ସରପଞ୍ଚ ପୁଷ୍ପଲତା ଭୋଇ, ସମାଜସେବୀ ଅଶୋକ ପରିଡ଼ା, ରମେଶ ବେହେରା, ରଣବୀର ସିଂହଦେଓ, ଅମୀର ରାଉତ, ନବକିଶୋର ପାଣିଗ୍ରାହୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେଠାରୁ ମହିଳାମାନେ ଭାପୁର ଫାଣ୍ଡିରେ ପହଞ୍ଚି ଅଞ୍ଚଳରେ ମଦ ବିକ୍ରି ବନ୍ଦ କରାଯିବାକୁ ଦାବିପତ୍ର ଦେଇଥିଲେ।

ସମ୍ବନ୍ଧିତ ଖବର