ବଢ଼ୁଛି ମଣିଷ ଚାଲାଣ ମାମଲା: ୩ ବର୍ଷରେ ୩୫୩

କ୍ରାଇମ୍‌ବ୍ରାଞ୍ଚ କର୍ମଶାଳା ଆଜି

କଟକ : ଓଡ଼ିଶାରୁ ବାହାର ରାଜ୍ୟକୁ ଯୁବତୀ ଚାଲାଣ ହାର ବର୍ଷକୁ ବର୍ଷ ବଢିବାରେ ଲାଗିଛି। ବିଶେଷକରି ପଂଜାବ ଓ ହରିଆନାରେ ପୁଅଙ୍କ ଅନୁପାତରେ ଝିଅଙ୍କ ସ˚ଖ୍ୟା କମ୍‌ ଥିବାରୁ ଯୁବକ ଏମିତିକି ବୟସ୍କ ବ୍ୟକ୍ତିଙ୍କ ବିବାହ ପାଇଁ ଓଡ଼ିଶାରୁ ଯୁବତୀ ଚାଲାଣ ହେଉଥିବା କ୍ରାଇମବ୍ରାଞ୍ଚର ରେକର୍ଡ ସୂଚାଉଛି। ପଞ୍ଜାବ ଓ ହରିଆନାର ଧନୀକ ସମ୍ପ୍ରଦାୟଙ୍କ ଘରେ ଓଡ଼ିଆ ନିମ୍ନ ମଧ୍ୟବିତ୍ତ ଶ୍ରେଣୀର ଯୁବତୀ ବୋହୂ ହେଇ ରହିଥିବା ତଥ୍ୟ କ୍ରାଇମବ୍ରାଞ୍ଚ ହାସଲ କରିଛି। ରାଜ୍ୟରେ ୨୦୧୪ରୁ ୨୦୧୬ ମଧ୍ୟରେ ମୋଟ ୩୫୩ଟି ମାନବ ଚାଲାଣ ମାମଲା କ୍ରାଇମ୍‌ବ୍ରାଞ୍ଚର ଆଣ୍ଟି ହ୍ୟୁମାନ ଟ୍ରାଫିକି˚ ୟୁନିଟ୍‌ ସମେତ ଜିଲ୍ଲା ପୁଲିସର ଥାନା ସ୍ତରରେ ରୁଜୁ କରାଯାଇଛି। ରାଜ୍ୟରେ ଏଭଳି ମାନବ ଚାଲାଣ ଚିନ୍ତାଜନକ ସ୍ଥିତିରେ ପହଞ୍ଚିଥିବାରୁ ଏହାର ମୁକାବିଲା ଉଦ୍ଦେଶ୍ୟରେ ଆସନ୍ତାକାଲି କ୍ରାଇମ୍‌ବ୍ରାଞ୍ଚ ପକ୍ଷରୁ ରାଜ୍ୟସ୍ତରୀୟ ମାନବ ଚାଲାଣ ନିରୋଧ କର୍ମଶାଳା ଭୁବନେଶ୍ବରସ୍ଥିତ ପୁଲିସ ଭବନରେ ଆୟୋଜିତ ହେବାକୁ ଯାଉଛି। ଏଥିରେ ଅବସରପ୍ରାପ୍ତ ଡିଜି, ଆଇଜି ଯୋଗ ଦେଇ ମାନବ ଚାଲାଣର କାରଣ ଏବ˚ ନିରାକରଣ ସମ୍ପର୍କରେ ପୁଲିସ ଅଫିସରଙ୍କୁ ତଥ୍ୟ ଓ ତାଲିମ ଦେବେ। କର୍ମଶାଳାରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ମୁଖ୍ୟ ଅତିଥି ଭାବେ ଯୋଗ ଦେବାର କାର୍ଯ୍ୟକ୍ରମ ଥିବା ଡିଜି ଡାକ୍ତର ଆର‌୍‌.ପି. ଶର୍ମା ସୂଚନା ଦେଇଛନ୍ତି।

କ୍ରାଇମ୍‌ବ୍ରାଞ୍ଚ ରେକର୍ଡ ଅନୁଯାୟୀ ଓଡ଼ିଶାରେ ୨୦୧୬ ବର୍ଷରେ ୮୪ଟି ମାନବ ଚାଲାଣ ସ˚କ୍ରାନ୍ତ ମାମଲା ରୁଜୁ ହୋଇଛି। ୧୮ ବର୍ଷ ବୟସରୁ କମ୍‌ ୯୮ ନାବାଳକ ଏବ˚ ୧୦୮ ନାବାଳିକା ଚାଲାଣ ହୋଇଥିବା ବେଳେ ୧୮ ବର୍ଷରୁ ଅଧିକ ବୟସର ୧୭୩ ପୁରୁଷ ଏବ˚ ୧୩୩ ମହିଳା ଚାଲାଣ ହୋଇଛନ୍ତି। ୨୦୧୮ରେ ୧୮ ବର୍ଷରୁ କମ୍‌ ୧୯୨ ଜଣ ଉଦ୍ଧାର ହୋଇଥିବା ବେଳେ ୧୮ ବର୍ଷରୁ ଅଧିକ ୩୦୪ ଜଣଙ୍କୁ ଉଦ୍ଧାର କରାଯାଇଛି।

୨୦୧୭, ୨୦୧୮ ରେକର୍ଡ ଚୂଡାନ୍ତ ହୋଇ ନଥିବା ବେଳେ ୨୦୧୬ରେ ଚାଲାଣ ହୋଇଥିବା ୪୫୭ ଜଣଙ୍କୁ ଶ୍ରମିକ ଭାବେ ନିୟୋଜନ କରାଯାଇଛି। ବେଶ୍ୟାବୃତ୍ତିରେ ୧୧ ଜଣ, ଅନ୍ୟ ଯୌନ କାର୍ଯ୍ୟରେ ୨ ଜଣ, ଘରୋଇ ଚାକର ଭାବେ ୧୧ ଜଣ, ବଳପୂର୍ବକ ବିବାହ ପାଇଁ ୧୨ ଜଣ ଏବ˚ ଭିକ୍ଷାବୃତ୍ତିରେ ଜଣଙ୍କୁ ନିୟୋଜନ କରାଯାଇଛି। ମୋଟ ପଞ୍ଜିକରଣ ହୋଇଥିବା ୮୪ଟି ମାମଲାରେ ୧୫୦ ଜଣଙ୍କୁ ଗିରଫ କରାଯାଇଛି। ୪୯ଟି ମାମଲାରେ ୧୨୦ ଜଣଙ୍କ ବିରୋଧରେ ଚାର୍ଜସିଟ୍‌ ଦାଖଲ କରାଯାଇଛି। ମାତ୍ର ୨ଟି ମାମଲାରେ ଚୂଡାନ୍ତ ରିପୋର୍ଟ କୋର୍ଟରେ ପୁଲିସ ଦାଖଲ କରିପାରିିଛି। ସେହିପରି ୨୦୧୫ରେ ୧୧୪ଟି ମାନବ ଚାଲାଣ ମାମଲା, ୨୦୧୪ରେ ୧୫୨ଟି ମାମଲା ରୁଜୁ ହୋଇଥିବା କ୍ରାଇମ୍‌ବ୍ରାଞ୍ଚ କାର୍ଯ୍ୟାଳୟ ପକ୍ଷରୁ ଜଣାପଡ଼ିଛି।

ସମ୍ବନ୍ଧିତ ଖବର