ମହିଳାଙ୍କ ଅଧିକାର ହିଁ ବିକାଶର ପ୍ରକୃତ ଡବଲ ଇଞ୍ଜିନ: ନବୀନ

ମୋଦୀଙ୍କ ମନ୍ତବ୍ୟର ସଂଜ୍ଞା ବଦଳାଇଦେଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ବିକାଶର ଡବଲ ଇଞ୍ଜିନ େନଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର େମାଦୀଙ୍କ ବକ୍ତବ୍ୟର ଆଜି ବିନମ୍ର ଜବାବ େଦଇଛନ୍ତି ମୁଖ୍ୟମନ୍ତ୍ରୀ ତଥା ବିେଜଡି ସଭାପତି ନବୀନ ପଟ୍ଟନାୟକ। କାହାର ନାଁ ଧରିନାହାନ୍ତି। କିନ୍ତୁ ଡବଲ ଇଞ୍ଜିନର ପରିଭାଷାକୁ ଏମିତି ବଦଳାଇ ଦେଇଛନ୍ତି େଯ ଆଜି ରାଜ୍ୟ ରାଜନୀତିରେ ଏହା ଚର୍ଚାର କେନ୍ଦ୍ରବିନ୍ଦୁ ହୋଇଛି। ନବୀନ ଆଜି ସିଧା ସିଧା କହିଛନ୍ତି, ‘େଯଉଁ େଦଶ ତାର ସର୍ବୋଚ୍ଚ ନିଷ୍ପତ୍ତି ଗ୍ରହଣ େଫାରମରେ ମହିଳାମାନଙ୍କ ଉପଯୁକ୍ତ ପ୍ରତିନିଧିତ୍ବ ପାଇଁ ସୁେଯାଗ ସୃଷ୍ଟି କରେ ନାହିଁ, ତାହା ସିଙ୍ଗିଲ ଇଞ୍ଜିନ ଚାଲିବା ପରି େହାଇଥାଏ। ଠିକ୍ ଭାବରେ ବିକାଶ େହାଇନଥାଏ। େମା ମତରେ ଭାରତକୁ ଯଦି ବିକାଶର ଶିଖରରେ ପହଞ୍ଚିବାର ଅଛି, ଆମେରିକା, ଚୀନ ପରି ଦେଶ ସହିତ ପ୍ରତିଦ୍ବନ୍ଦ୍ବିତା କରିବାର ଅଛି, ତା ହେଲେ ତାକୁ ତାର ରଜନୈତିକ ଦୃଶ୍ୟପଟ୍ଟରେ ବ୍ୟାପକ ପରିବର୍ତନ ଆଣିବାକୁ ପଡିବ। ମହିଳାମାନଙ୍କୁ ସଶକ୍ତ କରିବାକୁ େହବ। ଏହା ହିଁ େହଉଛି ଆମ େଦଶ ଆବଶ୍ୟକ କରୁଥିବା ପ୍ରକୃତ ଡବଲ ଇଞ୍ଜିନ। ଏହାଦ୍ବାରା ହିଁ ବିକାଶ ଓ ସମତା ଆସିପାରିବ।’

ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ବକ୍ତବ୍ୟ ରଖି କହିଥିଲେ, ‘ଯଦି ଆମେ ମହିଳାମାନଙ୍କୁ ଉପଯୁକ୍ତ ପ୍ରତିନିଧିତ୍ବ େଦଇଥାେନ୍ତ, ତାହା ହେଲେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ଉପରେ ଆମର ଦୃଷ୍ଟିଭଙ୍ଗୀ ଆଜି ଭିନ୍ନ େହାଇଥାନ୍ତା। ଯୁଦ୍ଧ, ଶାନ୍ତି ଓ ଆତଙ୍କବାଦ ଆଦି ପ୍ରଶ୍ନ ଭିନ୍ନ ଭାବରେ ସମାହିତ େହାଇଥାନ୍ତା। ଧର୍ଷଣ, ଯୌନ ନିର୍ଯାତନା ଓ ଯୌତୁକ ସଂପର୍କିତ ଆମର ଆଇନ ଅଧିକ ଫଳପ୍ରଦ ଭାବରେ କାର୍ଯ୍ୟକାରୀ ହୋଇପାରିବ। ଶିକ୍ଷା,ସ୍ବାସ୍ଥ୍ୟ ଅଧିକ ଗୁରୁତ୍ବ ପାଇପାରିବ। କର୍ପୋରେଟ ଆୟ ପରି ପରିବାରର ଆୟ ବୃଦ୍ଧି ମଧ୍ୟ ଉପଯୁକ୍ତ ପ୍ରାଥମିକତା ପାଇପାରିବ।’ ବିେଜଡିକୁ ସାମ୍ନାକୁ ଆଣି ନବୀନ କହିଥିଲେ, ‘ଆମ ଦଳ ସାରା ଦେଶରେ ପ୍ରଥମ ରାଜନୈତିକ ଦଳ ଯିଏକି ପ୍ରଥମ କରି ୩୩ ପ୍ରତିଶତ ମହିଳାଙ୍କୁ େଲାକସଭାକୁ ପଠାଇବାକୁ ନିଷ୍ପତ୍ତି େନଇଛି। ବିଜୁ ଜନତା ଦଳର ସଭାପତି ଭାବରେ ଏହା େମା ପାଇଁ ସବୁଠାରୁ ଆନନ୍ଦଦାୟକ ମୁହୂର୍ତ ଥିଲା।’ ଉଭୟ କେଂଗ୍ରସ ଓ ବିେଜପିକୁ ଆେକ୍ଷପ କରି ମୁଖ୍ୟମନ୍ତ୍ରୀ କହିଥିଲେ, ‘ଏମାେନ ବାରମ୍ବାର ସେମାନଙ୍କର ଇସ୍ତାହାରରେ ମହିଳା ଶକ୍ତୀକରଣ ବିଷୟ କହି ଆସୁଛନ୍ତି। କିନ୍ତୁ େଯତେବେଳେ ଏହା କାର୍ଯ୍ୟକାରୀ କରିବା ପାଇଁ ସୁେଯାଗ ଆସୁଛି, ସେତେବେଳେ ସେମାନଙ୍କ ଉଦ୍ଦେଶ୍ୟମୂଳକ ନିରବତା ଅନେକ ପ୍ରଶ୍ନବାଚୀ ସୃଷ୍ଟି କରୁଛି। ସେମାନଙ୍କର ଏହି ନିରବତାକୁ ଭଙ୍ଗ କରିବାକୁ ବିଜୁ ଜନତା ଦଳ ତାର ଭୂମିକା ତୁଲାଇଛି।’

ସଂସଦରେ ମହିଳାଙ୍କ ଉପସ୍ଥିତି େନଇ ପ୍ରଶ୍ନ ଉଠାଇଲେ
ଜାତୀୟ ଦଳକୁ ଆେକ୍ଷପ, ପ୍ରତିଶ୍ରୁତି େଦଇ ନିରବ ରହୁଛ?
ନ୍ୟୁଜିଲାଣ୍ଡ ଓ ଜର୍ମାନ ମହିଳା ନେତୃତ୍ବର ତାକତ ବତାଇଲେ
ବିେଜଡିର ୭ ମହିଳା ନିଶ୍ଚୟ ଜିତିବେ ବିଶ୍ବାସ ରହିଛି

ବିେଜଡିର ୭ଜଣ ମହିଳା ପ୍ରାର୍ଥୀଙ୍କ ସ୍ବର େଲାକସଭାର ପବିତ୍ର ଗୃହରେ ପ୍ରତିନିଧିତ୍ବ କରିବା ପାଇଁ ଓଡ଼ିଶାବାସୀ ସୁେଯାଗ ଦେବେ େବାଲି ନବୀନ ଆଶା ପ୍ରକଟ କରିଥିଲେ। କେବଳ ସେତିକି ନୁହେଁ, ଓଡ଼ିଶାରୁ ଆରମ୍ଭ େହାଇଥିବା ଏହି ଆନ୍ଦୋଳନ ଜାତୀୟ ଦଳମାନଙ୍କୁ ପ୍ରଭାବିତ କରିବ େବାଲି କହିଥିଲେ। ନ୍ୟୁଜିଲାଣ୍ଡ ପ୍ରାର୍ଥନାସଭାରେ ସଂଗଠିତ ଗଣହତ୍ୟା ସଂପର୍କରେ ପ୍ରଧାନମନ୍ତ୍ରୀ ମିସ୍ ଜାକିଣ୍ଡା ଏଡିନଙ୍କ ପ୍ରତିକ୍ରିୟାର ଉଦାହରଣ ଦେଇ ନବୀନ କହିଥିଲେ, ‘ଏହା କୌଣସି ସାଧାରଣ େନତାଙ୍କ ଭଳି ନଥିଲା। ବରଂ େସ େନତୃତ୍ବର ଏକ ନୂଆ ପରିଭାଷା ସୃଷ୍ଟି କରିଥିଲେ। ତାଙ୍କ ପ୍ରତିକ୍ରିୟା ଧର୍ମ, ଜାତି ଆଦିର ସଂକୀର୍ଣ୍ଣ ପ୍ରାଚୀରକୁ ଅତିକ୍ରମ କରି ମାନବତାକୁ ସମର୍ଥନ କରିଥିଲା। କେବଳ ଜାକିଣ୍ଡା ନୁହେଁ, ଜର୍ମାନର ଚାନସେଲର୍ ମିସ୍ ଆଞ୍ଜେଲା ମାର୍କେଲ ସମ୍ଭବତଃ ଏକମାତ୍ର େନତ୍ରୀ ଯିଏକି ଜାତୀୟତାର ସୀମା ସରହଦକୁ ଖାତିର ନ କରି ଅନ୍ୟ ରାଷ୍ଟ୍ରରୁ ଆସୁଥିବା ଶରଣାର୍ଥୀଙ୍କୁ ସ୍ବାଗତ କରିଥିଲେ।’

ଏମାନଙ୍କର େନତୃତ୍ବ େଯମିତି ଦୃଢ, ଶାନ୍ତ, େସମିତି ସମ୍ବେଦନଶୀଳ େବାଲି ସୂଚାଇ ନବୀନ ଆହୁରି କହିଥିଲେ, ‘ମହିଳାମାେନ ରାଜନୀତିରେ ଏମିତି ଢଙ୍ଗରେ ପରିବର୍ତନ ଆଣିପାରିବେ। ଯଦି ରାଜନୀତି େହଉଛି କ୍ଷମତା, ତେବେ ଏହାର ପରିପ୍ରକାଶରେ ମହିଳାମାେନ ଅଧିକ ମାନବୀୟ ସ୍ପର୍ଶ ଦେଇପାରିବେ। ଯଦି ରାଜନୀତି ଦେଶର ମୂଲ୍ୟବୋଧକୁ ନିର୍ଧାରଣ କରିପାରେ, ତେବେ େଲାକସଂଖ୍ୟାର ଅର୍ଧେକଙ୍କୁ ନିଷ୍ପତ୍ତି ଗ୍ରହଣ ପ୍ରକ୍ରିୟାରେ ସାମିଲ ପାଇଁ ସୁେଯାଗ ନ େଦବା କଣ ବିଜ୍ଞତାର ପରିଚୟ କି ?’ ବିଜୁ ବାବୁଙ୍କ ସଂପର୍କରେ ସୂଚାଇ ମୁଖ୍ୟମନ୍ତ୍ରୀ କହିଥିଲେ, େସ ମହିଳା ଶକ୍ତୀକରଣର ଅଗ୍ରଗଣ୍ୟ ସାରଥୀ ଥିଲେ। ମହିଳାମାନଙ୍କ ପାଇଁ ପଞ୍ଚାୟତିରାଜ ଅନୁଷ୍ଠାନମାନଙ୍କରେ ୩୩ ପ୍ରତିଶତସଂରକ୍ଷଣ ଆରମ୍ଭ କରିଥିଲେ। ଏହାକୁ ୫୦ ପ୍ରତିଶତକୁ ବୃଦ୍ଧି କରାଯାଇଛି। ଆରମ୍ଭରୁ ଏହାକୁ ବହୁତ ସମାେଲାଚନା କରାଯାଇଥିଲା। େଲାକେ କହୁଥିଲେ, ସ୍ବାମୀ ଏବଂ ବାପାମାେନ ହିଁ ବାସ୍ତବରେ ସବୁକଥା ବୁଝାବୁଝି କରିବେ। ବୋଧହୁଏ ପ୍ରଥମରୁ ଏହା କିଛି ମାତ୍ରାରେ ଠିକ୍ ଥିଲା। ଆଜି ଷାଠିଏ ହଜାର ମହିଳା ଓଡ଼ିଶାରେ ସରପଞ୍ଚ, ଵାର୍ଡମେମ୍ବର, ସମିତି ସଦସ୍ୟ, ଜିଲ୍ଲା ପରିଷଦ ସଦସ୍ୟ ଓ ସଭାପତି ଭାବରେ ଉଲ୍ଲେଖନୀୟ କାର୍ଯ୍ୟ କରୁଛନ୍ତି। ଓଡ଼ିଶାରେ ମଧ୍ୟ ଶିଶୁ ମୃତ୍ୟୁହାର, ମାତୃ ମୃତ୍ୟୁହାର ହ୍ରାସ ଆଦି ବିଭିନ୍ନ ସାମାଜିକ, ଅର୍ଥନୈତିକ ସୂଚକାଙ୍କରେ େଯଉଁ ପରିବର୍ତନ ଆସିଛି, ତାର ସମସ୍ତ େଶ୍ରୟ େହଉଛି ତୃଣମୂଳସ୍ତରରେ କାମ କରୁଥିବା ମହିଳା େନତାଙ୍କର ଅଥବା ମିସନ ଶକ୍ତି ଆନ୍ଦୋଳନରେ ସାମିଲ େହାଇଥିବା ୭୦ଲକ୍ଷ ମାଆମାନଙ୍କର େବାଲି ନବୀନ ଦୃଢ ମତ ରଖିଥିଲେ।

ଉଲ୍ଲେଖଥାଉକି, ନିକଟରେ ପ୍ରଧାନମନ୍ତ୍ରୀ ଦୁଇ ଦୁଇ ଥର ଓଡ଼ିଶା ଆସିବା ପରିପ୍ରେକ୍ଷୀରେ ବିକାଶ ପାଇଁ ଡବଲ ଇଞ୍ଜିନ େଲାଡା େବାଲି କହି େଭାଟ ମାଗିଥିଲେ। ଅର୍ଥାତ୍ ଉଭୟ େକନ୍ଦ୍ର ଓ ରାଜ୍ୟରେ ବିେଜପି ସରକାର ଆସିଲେ ଯାଇ ବିକାଶ ହେବ େବାଲି ପରୋକ୍ଷରେ ବିଜେପିକୁ ଉଭୟ େଲାକସଭା ଓ ବିଧାନସଭାରେ େଭାଟ ଦେବା ପାଇଁ ନିବେଦନ କରିଥିଲେ। ହେଲେ ନବୀନଙ୍କ ନୂଆ ପରିଭାଷା ଏବେ ବିେଜପି ଓ େକନ୍ଦ୍ରୀୟ େନତାଙ୍କୁ ଅକଳରେ ପକାଇଛି। ଉଭୟ ଜାତୀୟ ଓ ରାଜ୍ୟ ରାଜନୀତିରେ ବଡ଼ ବିତର୍କ ପାଇଁ ମଧ୍ୟ ବାଟ େଖାଲିଛି। ନବୀନ ଏହି ପ୍ରକ୍ରିୟାର େନତୃତ୍ବ ନେଇ ଜାତୀୟ ରାଜନୀତିରେ ପୁଣି ଚର୍ଚ୍ଚାକୁ ଆସିଛନ୍ତି।

ସମ୍ବନ୍ଧିତ ଖବର