ରୁପା ମିଶ୍ରଙ୍କ ବଦଳି ବନ୍ଦ ଦାବିରେ ମୁଖ୍ୟମନ୍ତ୍ରୀଙ୍କୁ ଓରେଡା କର୍ମଚାରୀଙ୍କ ନିବେଦନ

ଭୁବନେଶ୍ୱର : ଇତି ମଧ୍ୟରେ ଓରେଡା ମୁଖ୍ୟ କାର୍ଯ୍ୟ ନିର୍ବାହୀ ରୁପା ମିଶ୍ରଙ୍କୁ ଅନ୍ୟତ୍ର ବଦଳି କରାଯାଇ ତାଙ୍କ ସ୍ଥାନରେ ଆଇଏଏସ୍‌ ଅଧିକାରୀ ରତ୍ନାକର ରାଉତଙ୍କୁ ଅବସ୍ଥାପିତ କରାଯିବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ରୁପା ମିଶ୍ରଙ୍କ ବଦଳି ଆଦେଶ ନେଇ ଓରେଡାର କର୍ମଚାରୀମାନେ ମର୍ମାହତ ହୋଇପଡ଼ିଛନ୍ତିି। ଏହି ବଦଳି ଆଦେଶକୁ ରଦ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ପ୍ରମୁଖଙ୍କୁ ଲିଖିତ ଭାବେ ସେମାନେ ଅନୁରୋଧ କରିଛନ୍ତି।

ଏହି କର୍ମଚାରୀମାନେ ଦର୍ଶାଇଛନ୍ତି ଯେ ଓରେଡା ଏମ୍‌ଡି ଭାବେ ରୁପା ମିଶ୍ରଙ୍କ ସ୍ୱଳ୍ପ ରହଣୀ ମଧ୍ୟରେ ସଂସ୍ଥା ଓ କର୍ମଚାରୀମାନଙ୍କ ମଙ୍ଗଳ ପାଇଁ ବିଭିନ୍ନ ଉନ୍ନୟନମୂଳକ ପଦକ୍ଷେପ ନେଇଛନ୍ତି। ଏହି ସଂସ୍ଥାର ପୁନରୁଦ୍ଧାର କରିିବା, ଆର୍ଥିକ ଅବସ୍ଥାକୁ ସୁଧାରିବା, କର୍ମଚାରୀମାନଙ୍କୁ ସପ୍ତମ ବେତନ ପ୍ରଦାନ,ପଦ ପଦବିର ପୁନର୍ଗଠନ ଆଦି ପଦକ୍ଷେପ ନେଇଛନ୍ତି। ତେବେ ପେନ୍‌ସନ୍‌ ଓ ସ୍ୱାସ୍ଥ୍ୟ ବୀମା ଆଦି କାର୍ଯ୍ୟକାରୀ ହେବା ନେଇ ସେମାନଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି। ଏଣୁ, ତାଙ୍କୁ ଓରେଡାର ମୁଖ୍ୟ କାର୍ଯ୍ୟ ନିର୍ବାହୀ ପଦବିରେ ପୁନଃଅବସ୍ଥାପିତ କରିବା ପାଇଁ ୩୦ଜଣ କର୍ମଚାରୀ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର