ସଚିବାଳୟରେ ଓସ୍ୱାସ୍‌-୨.୦ ଭର୍ସନର କାର୍ଯ୍ୟାରମ୍ଭ

ଭୁବନେଶ୍ୱର : ଆଜି ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସଚିବାଳୟରେ ଡିଜିଟାଲ୍‌ କାର୍ଯ୍ୟ ନିମନ୍ତେ ଓଡ଼ିଶା ସେକ୍ରେଟାରିଏଟ୍‌ ଓ୍ଵାର୍କଫ୍ଲୋ ଅଟୋମେସନ୍‌ ସିଷ୍ଟମ୍‌ ବା ଓସ୍ୱାସ୍‌ର ୨.୦ ଭର୍ସନ କାର୍ଯ୍ୟାରମ୍ଭ କରିଛନ୍ତି। ଏଭଳି ଡିଜିଟାଲ୍‌ କାର୍ଯ୍ୟ ନିରାପତ୍ତା ଦୃଷ୍ଟିକୋଣରୁ ସୁଦୃଢ଼ ହେବା ସହିତ ଓଡ଼ିଆ ଭାଷା ବ୍ୟବହାର ନିମନ୍ତେ ପେରି ସୁଗମ ହୋଇପାରିବ ସେ ନେଇ ବୈଷୟିକ ସହଯୋଗୀ ଟାଟା କନ୍‌ସାଲ୍‌ଟାନ୍ସି ସର୍ଭିସେସ୍‌(ଟିସିଏସ୍‌)କୁ ଶ୍ରୀ ପାଢ଼ୀ ନିର୍ଦେଶ ଦେଇଛନ୍ତି।

ଓସ୍ୱାସ୍‌ର ୨.୦ ଭର୍ସନ ପରୀକ୍ଷାମୂଳକ ଭାବେ ସଚିବାଳୟର ୫ଟି ବିଭାଗରେ କାର୍ଯ୍ୟକ୍ଷମ ହୋଇଛି। ସେହି ବିଭାଗଗୁଡ଼ିକ ହେଉଛି ଆଇଟି, ଅର୍ଥ, ଗୃହ, ରାଜସ୍ୱ ଓ ଗ୍ରାମ୍ୟ ଉନ୍ନୟନ ବିଭାଗ। ଆଇଟି ବିଭାଗ ପ୍ରମୁଖ ସଚିବ ଅଶୋକ ମୀନା ଓସ୍ୱାସ୍‌ର କାର୍ଯ୍ୟକାରିତା ସଂପର୍କରେ ବିବରଣୀ ପ୍ରଦାନ କରିଥିଲେ। ବୈଷୟିକ ଦିଗ ସଂପର୍କରେ ଆଲୋକପାତ କରି ଟିସିଏସ୍‌ ଭାଇସ୍‌ ପ୍ରେସିଡେଣ୍ଟ ତଥା ସରକାରୀ ପ୍ରକଳ୍ପଗୁଡ଼ିକର ବିଶ୍ୱ ମୁଖ୍ୟ ତନ୍ମୟ ଚକ୍ରବର୍ତୀ ଓଡ଼ିଶା ସରକାରଙ୍କ କାର୍ଯ୍ୟ ଓସ୍ୱାସ୍‌ ଜରିଆରେ ୭୦ ପ୍ରତିଶତ କରାଯାଉଥିବା ଦେଶରେ ଏକ ରେକର୍ଡ।

ସମ୍ବନ୍ଧିତ ଖବର