ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବିଶ୍ବବ୍ୟାଙ୍କ ପ୍ରତିନିଧି

ବିଭିନ୍ନ ପ୍ରକଳ୍ପ ଖର୍ଚ୍ଚର ସମୀକ୍ଷା

ସମ୍ବଲପୁର : ସମ୍ବଲପୁର ବିଶ୍ବବିଦ୍ୟାଳୟରେ ବିଶ୍ବବ୍ୟାଙ୍କ୍‌ର ପ୍ରଥମ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ନାବାର୍ଡ କନସଲଟାଣ୍ଟଙ୍କ ଅଧ୍ୟକ୍ଷତାରେ ବିଶ୍ବବିଦ୍ୟାଳୟ ପ୍ରେକ୍ଷାଳୟରେ ଅନୁଷ୍ଠିତ ଏହି ସମୀକ୍ଷା ‌ବୈଠକରେ ବିଶ୍ବବ୍ୟାଙ୍କ ଦ୍ବାରା ପ୍ରାୟୋଜିତ ପ୍ରକଳ୍ପଗୁଡ଼ିକର ସମୀକ୍ଷା କରାଯାଇଥିଲା। ସମ୍ବଲପୁର ବିଶ୍ବବିଦ୍ୟାଳୟକୁ ୫ ବର୍ଷ ପାଇଁ ୨୭.୭୦ କୋଟି ଟଙ୍କା ବିଶ୍ବବିଦ୍ୟାଳୟ ପକ୍ଷରୁ ଅନୁଦାନ ମିଳିଥିବା ବେଳେ ପ୍ରଥମ ବର୍ଷ‌ରେ ୪ କୋଟି ଟଙ୍କା ଆସିଛି। ଏହି ଟଙ୍କା ନିର୍ଦ୍ଧାରିତ ପ୍ରକଳ୍ପଗୁଡ଼ିକରେ ବିନିଯୋଗ ହୋଇଛି ନା ନାହିଁ ଓ ଏହାର ଅଗ୍ରଗତି ସଂପର୍କରେ ସମୀକ୍ଷା କରାଯାଇଥିଲା। ଉଲ୍ଳେଖଯୋଗ୍ୟ, ବିଶ୍ବବିଦ୍ୟାଳୟ ଓ ଏହାର ଅନୁବନ୍ଧିତ ମହାବିଦ୍ୟାଳୟଗୁଡ଼ିକର ସାମଗ୍ରିକ ବିକାଶ ପାଇଁ ଏହି ଟଙ୍କା ଖର୍ଚ୍ଚ ‌ହେବ। ଅନୁବନ୍ଧିତ ମହାବିଦ୍ୟାଳୟ ଗୁଡ଼ିକ ପାଇଁ ୧୧.୦୮ କୋଟି ଟଙ୍କା, ସେଣ୍ଟର ଫର ଏକ୍ସେଲେନ୍ସ ପାଇଁ ୪ କୋଟି ଟଙ୍କା, ଟ୍ରାଇବାଲ ଷ୍ଟଡି ଆଣ୍ଡ ରିଜିଓନାଲ ଡେଭଲପମେଣ୍ଟ ପାଇଁ ୧ କୋଟି ଟଙ୍କା ଓ ଭିତ୍ତିଭୂମି ବିକାଶ ପାଇଁ ବଳକା ଟଙ୍କା ଖର୍ଚ୍ଚ କରାଯିବ। ଏହା ମଧ୍ୟରେ ବାୟୋ ଟେକ୍ନୋଲୋଚଜି ଉଦ୍ୟମରେଜରୁରୀ ଓ ଅତ୍ୟାବଶ୍ୟକୀୟ ନୂତନ ଔଷଧ ମଧ୍ୟ ତିଆରି କରାଯିବା ନେଇ ଯୋଜନା ଚାଲିଥିବା ବିଶ୍ବବିଦ୍ୟାଳୟ କୁଳସଚିବ ପ୍ରଫେସର ସଞ୍ଜତ କୁମାର ସାହୁ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର