ବଅଁରପାଳ : ବିଶ୍ବ ରକ୍ତଦାତା ଦିବସ ଅବସରରେ ଢେଙ୍କାନାଳ ଜିଲ୍ଲା ଟାଟା ଷ୍ଟିଲ ବିଏସ୍ଏଲ୍ କିସିନ୍ଦା କ୍ଲବ୍ ପରିସରରେ ଅନୁଷ୍ଠିତ ମେଗା ରକ୍ତଦାନ ଶିବିର ୨୬୩ ଜଣ ରକ୍ତଦାନ କରିଛନ୍ତି। ଟାଟା ଷ୍ଟିଲ ବିଏସ୍ଏଲ୍ ଓ ‘ସମ୍ବାଦ- ଆମ ଓଡ଼ିଶା’ ପକ୍ଷରୁ ଅନୁଷ୍ଠିତ ଏହି ଶିବିରରେ ଯୁବକଙ୍କଠାରୁ ଆରମ୍ଭ କରି ବହୁ ମହିଳା ଓ ପୁରୁଷ ରକ୍ତଦାନ କରିଥିଲେ। ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ନିରଂଜନ ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଉଦ୍ଘାଟନ କରିଥିଲେ। ସମ୍ମାନିତ ଅତିଥି ଭାବେ ଅତିରିକ୍ତ ଢେଙ୍କାନାଳ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସଂକଳ୍ପ କେଶରୀ ଭୋଇ, ଢେଙ୍କାନାଳ ଜିଲ୍ଲା ରେଡକ୍ରସ୍ ସୋସାଇଟିର ଉପାଧ୍ୟକ୍ଷ ତଥା ଜିଲ୍ଲା ରକ୍ତଦାତା ସଂଘ ସଭାପତି ବିରଞ୍ଚି ନାରାୟଣ ପାଣି, ଟାଟା ଷ୍ଟିଲ ବିଏସ୍ଏଲର ସହକାରୀ ନିର୍ଦେଶକ ଅକ୍ଷୟ ସକ୍ସେନା, କର୍ପୋରେଟ ବିଭାଗ ମୁଖ୍ୟ ମଣିକାନ୍ତ ନାଏକ, ସୁରକ୍ଷା ବିଭାଗ ମୁଖ୍ୟ ଆର.କେ. ସିହ୍ନା, ମୁଖ୍ୟ ଚିକିତ୍ସା ଅଧିକାରୀ ଡାକ୍ତର ପ୍ରଶାନ୍ତ ଶେଖର ପାତ୍ର ପ୍ରମୁଖଙ୍କ ସମେତ ‘ସମ୍ବାଦ’ ଅନୁଗୁଳର ବରିଷ୍ଠ ଜିଲ୍ଲା ପ୍ରତିନିଧି ରତ୍ନାକର ଭୋଇ, ବିଜ୍ଞାପନ ବିଭାଗର ମ୍ୟାନେଜର ସୁବାସ ଚନ୍ଦ୍ର ପଟ୍ଟନାୟକ ପ୍ରମୁଖ ଯୋଗ ଦେଇ ରକ୍ତଦାତାଙ୍କୁ ଉତ୍ସାହିତ କରିଥିଲେ। ବିଶ୍ୱ ରକ୍ତଦାତା ଦିବସ ଅବସରରେ ସମସ୍ତ ରକ୍ତଦାତା ଓ ଶିବିର ଆୟୋଜନରେ ପ୍ରମୁଖ ଭୁମିକା ନେଇଥିବା ତଥା ସହଯୋଗ କରିଥିବା ସମସ୍ତ ବ୍ୟକ୍ତିବିଶେଷଙ୍କୁ କମ୍ପାନିର ସହକାରୀ ନିର୍ଦେଶକ ଅକ୍ଷୟ ସକ୍ସେନା ଧନ୍ୟବାଦ ଦେଇଥିଲେ। କର୍ପୋରେଟ୍ ମ୍ୟାନେଜର ସୁନୀଲ ସାହୁ, ତାପସୀ ସକ୍େସନା, ଆର.ଏସ୍. ରେଡ୍ଡି ଶିବିର ପରିଚାଳନା କରିଥିଲେ।
ଟାଟା ଷ୍ଟିଲ୍ ବିଏସଏଲ୍ ଓ ସମ୍ବାଦ- ଆମ ଓଡ଼ିଶା ପକ୍ଷରୁ ରକ୍ତଦାନ ଶିବିର : ବିଶ୍ବ ରକ୍ତଦାତା ଦିବସରେ ୨୬୩ ୟୁନିଟ୍ ସଂଗ୍ରହ
/sambad/media/post_attachments/wp-content/uploads/2019/06/blood.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)