ରାଷ୍ଟ୍ରୀୟ ମାନବାଧିକାର କାଉନ୍‌ସିଲ୍‌ ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ପାଳିତ

୨୨ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା

କଟକ : ରାଷ୍ଟ୍ରୀୟ ମାନବାଧିକାର ପରିିଷଦ(ଓଡ଼ିଶା ଶାଖା) ପକ୍ଷରୁ ବିଶ୍ୱ ମାନବାଧିକାର ଦିବସ ଓ ସମ୍ବର୍ଦ୍ଧନା ସମାରୋହ ଲିଙ୍କରୋଡସ୍ଥିତ ହୋଟେଲ ଶୀତଲରେ ଅନୁଷ୍ଠିତ ହୋଇଯାଇଛି। ଉତ୍ସବକୁ ହାଇକୋର୍ଟର ପୂର୍ବତନ ବିଚାରପତି ଜଷ୍ଟିସ୍‌ ଅନନ୍ତ ସୂର୍ଯ୍ୟନାରାୟଣ ନାଇଡୁ ଉଦ୍‌ଘାଟନ କରିଥିଲେ। ରାଷ୍ଟ୍ରୀୟ ମାନବାଧିକାର ପରିଷଦ ରାଜ୍ୟ ଅଧ୍ୟକ୍ଷ ସୁକାନ୍ତ ମହାନ୍ତିଙ୍କ ପୌରୋହିତ୍ୟରେ ଆୟୋଜିିତ ସମାରୋହରେ ହାଇକୋର୍ଟର ବିଚାରପତି ଡକ୍ଟର ଜଷ୍ଟିସ୍‌ ବି.ଆର୍‌.ଷଡଙ୍ଗୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମାନବାଧିକାର ଦିବସର ତାତ୍ପର୍ଯ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ବରିଷ୍ଠ ଆଇନଜୀବୀ ଅସୀମ ଅମିତାଭ ଦାସ, ବିଶ୍ୱମୋହନ ପଟ୍ଟନାୟକ, ବିଦ୍ୟାଧର ପ୍ରଧାନ, ରମଣୀକାନ୍ତ ପଟ୍ଟନାୟକ, ସୌରଚନ୍ଦ୍ର ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇ ଉଦ୍‌ବୋଧନ ଦେଇଥିଲେ।

ଏହି ଅବସରରେ ପୂର୍ବତନ ମୁଖ୍ୟମନ୍ତ୍ରୀ ଗିରିଧର ଗମାଙ୍ଗ, ଅରୁଣା ମହାନ୍ତି, ପୂର୍ବତନ ମୁଖ୍ୟ ଶାସନ ସଚିବ ସହଦେବ ସାହୁ, ପ୍ରଫେସର ନଟବର ଶତପଥୀ, ବିଶିଷ୍ଟ ଚିକିତ୍ସକ ପ୍ରଫେସର ଡାକ୍ତର ସନାତନ ରଥ, ଶିଶୁରୋଗ ବିଶେଷଜ୍ଞ ଡାକ୍ତର ଭାସ୍କର ନାୟକ, ପୂର୍ବତନ ବିଏସ୍‌ଏଫ୍‌ କମାଣ୍ଡାଣ୍ଟ ଉତ୍ତମ ଚନ୍ଦ୍ର ସାହୁ, ପୂର୍ବତନ ପୁଲିସ୍‌ ମହାନିର୍ଦ୍ଦେଶକ ବି.କେ.ତ୍ରିପାଠୀ, ଭାରତ ମସଲା ଅଧ୍ୟକ୍ଷ ସୁରେନ୍ଦ୍ର ପଣ୍ଡା, ଶିଳ୍ପପତି ଦେବାଶିଷ ନନ୍ଦ, ସଂଗୀତ ନିର୍ଦ୍ଦେଶକ ଜେ. ଆଦେନୀ, ସମାଜସେବୀ ପି.ଏନ୍‌.ମିଶ୍ର, ବରିଷ୍ଠ ସାମ୍ବାଦିକ ଅରୁଣ ପଣ୍ଡା, ସମାଜସେବୀ ଡି.ପ୍ରକାଶ ରାଓ, ଅଭିମନ୍ୟୁ ଦାସ, ଖଣ୍ଡପଡ଼ା ବ୍ଲକ୍‌ ଅଧ୍ୟକ୍ଷ ମନୋଜ ପ୍ରଧାନ, ପୂର୍ବ ଭାରତ ତୃତୀୟ ଲିଙ୍ଗୀ ସଂଘ ସଭାପତି ମୀରା ପରିଡ଼ା, ରାଜୀବ ପଟ୍ଟନାୟକ, ପୂର୍ବତନ ମନ୍ତ୍ରୀ ବିଜୟଲକ୍ଷ୍ମୀ ସାହୁ, ତରୁଣ ଶିଳ୍ପପତି ସୟଦ୍‌ ଇନ୍ତିୟାଜ୍‌ ଅଲ୍ଲୀ, ସମାଜସେବୀ ଜୟଶ୍ରୀ ମହାପାତ୍ର ଓ ଅଶୋକ ନାୟକଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହା ସହିତ ହାଇକୋର୍ଟର ୪୦ଜଣ ଯୁବ ଆଇନଜୀବୀଙ୍କୁ ସମ୍ମାନିତ କରାଯାଇଥିଲା। ସିନେ ତାରକା ଶ୍ର୍ରୀତମ ଦାସ, ପ୍ରଦୁ୍ୟୁମ୍ନ ଲେଙ୍କା, ଦେବୁ ପଟ୍ଟନାୟକ, ବାବୁ ପ୍ରଧାନଙ୍କୁ କାଉନ୍‌ସିଲ୍‌ ପକ୍ଷରୁ ମାନବାଧିକାର ଆମ୍ବାସଡର ଭାବେ ଗ୍ରହଣ କରାଯିବା ସହିତ ସମ୍ମାନିତ କରାଯାଇଥିଲା। ଆଇନଜୀବୀ ସୁରଜ ନାୟକ, ବିଭୁ ମହାପାତ୍ର, ଲଲିତେନ୍ଦୁ ମିଶ୍ର ଓ ମିନତୀ ଦାସ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର