ଜେରକ୍ସ ଫର୍ମରେ ବି କରିପାରିବେ କାଳିଆ ଯୋଜନାରେ ଆବେଦନ

ଭୁବନେଶ୍ୱର: ଏଣିକି ଜେରକ୍ସ ଫର୍ମରେ ବି କାଳିଆ ଯୋଜନାରେ ଆବେଦନ କରିହେବ। କୃଷି ବିଭାଗର ପ୍ରମୁଖ ସଚିବ ସୌରଭ ଗର୍ଗ ଗୁରୁବାର ଏହି ସୂଚନା ଦେଇଛନ୍ତି। ରାଜ୍ୟ ସରକାରଙ୍କର ବରିଷ୍ଠ ଅଧିକାରୀ ଗର୍ଗ କହିଛନ୍ତି, ପ୍ରଥମ ପର୍ଯ୍ୟାୟ ପରେ ଏବେ ଦ୍ୱିତୀୟ ପର୍ଯ୍ୟାୟରେ ବି ଆବେଦନ କରିହେବ। ମୂଳ ଫର୍ମ ନ ମିଳିଲେ ଜେରକ୍ସ ଫର୍ମ ଜରିଆରେ ଆବେଦନ କରିହେବ। ଆବେଦନ ପ୍ରକ୍ରିୟା ଶେଷ ହେବା ପରେ ଫର୍ମଗୁଡ଼ିକ ଯାଞ୍ଚ କରାଯାଇ, ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦିଆଯିବ।

ପ୍ରଥମ ପର୍ଯ୍ୟାୟର ଆବେଦନ ଅବଧି ଜାନୁଆରୀ ୧୦ରେ ଶେଷ ହୋଇଛି। ହିତାଧିକାରୀ ସଂଖ୍ୟା ବହୁତ ଥିବାରୁ ପ୍ରଥମ ପର୍ଯ୍ୟାୟରେ ଅନେକ ଲୋକ ଆବେଦନ କରିପାରି ନାହାନ୍ତି। ଅନ୍ୟପକ୍ଷରେ କମ ସମୟରେ କେବଳ ପଂଚାୟତ ମାଧ୍ୟମରେ କାଳିଆ ଫର୍ମ ମିଳିଥିବାରୁ ହଜାର ହଜାର ଲୋକ ଫର୍ମ ପାଇ ପାରି ନଥିଲେ। ତେଣୁ ରାଜ୍ୟ ସରକାର ଆବେଦନ ପାଇଁ ପୂର୍ବରୁ ରଖିଥିବା ଅବଧିକୁ ଆହୁରି ୫ ଦିନ ବଢ଼ାଇ ଏହାକୁ ଜାନୁଆରୀ ୧୫ ପର୍ଯ୍ୟନ୍ତ କରିଛନ୍ତି।

ସମ୍ବନ୍ଧିତ ଖବର