ୟଶ୍‌ ଓଡ଼ିଶା ପାଇଁ ବୌଦ୍ଧିକ କ୍ଷେତ୍ରରେ ଗୌରବ ଆଣିଛନ୍ତି

ନୂଆଦିଲ୍ଲୀରେ ୟଶ୍‌ଙ୍କୁ ସମ୍ବର୍ଦ୍ଧନା

ଭୁବନେଶ୍ବର : ରାଷ୍ଟ୍ରପତିଙ୍କ ଠାରୁ ଚଳିତ ବର୍ଷର ସମ୍ମାନଜନକ ‘ପ୍ରଧାନମନ୍ତ୍ରୀ ରାଷ୍ଟ୍ରୀୟ ବାଲ୍‌ ପୁରସ୍କାର’ ଗ୍ରହଣ କରିଥିବା ଓଡ଼ିଶାର ଛାତ୍ର ୟଶ୍‌ ମିଶ୍ରଙ୍କୁ ଆଜି କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ତାଙ୍କ ନୂଆଦିଲ୍ଲୀସ୍ଥିତ ବାସଭବନରେ ସମ୍ବର୍ଦ୍ଧିତ କରିଛନ୍ତି। ଏହି ଅବସରରେ ଶ୍ରୀ ପ୍ରଧାନ କହିଥିଲେ, ୟଶ୍‌ ଓଡ଼ିଶା ପାଇଁ ବୌଦ୍ଧିକ କ୍ଷେତ୍ରରେ ଗୌରବ ଆଣିଛନ୍ତି। ୟଶ୍‌ଙ୍କ ଉପଲବ୍ଧି ସମ୍ପୂର୍ଣ୍ଣ ଓଡ଼ିଶା ପାଇଁ ଗର୍ବ ଓ ଗୌରବର ବିଷୟ। ନାଶାରେ ଭାରତକୁ ପ୍ରତିନିଧିତ୍ବ କରିଥିବା ଭୁବନେଶ୍ବରର ୟଶ୍‌ ମିଶ୍ର ଗଣିତ ବିଶାରଦ ଭାବେ ପୁରସ୍କୃତ ହୋଇ ଓଡ଼ିଶାର ଛାତ୍ରଛାତ୍ରୀଙ୍କ ନିମନ୍ତେ ଏକ ପ୍ରେରଣାର ଉତ୍ସ ପାଲଟିଛନ୍ତି।

ସମ୍ବନ୍ଧିତ ଖବର