ମେ ୧ରୁ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ଭୁବନେଶ୍ୱର : ଜୟଦେବବିହାରସ୍ଥିତ ସତ୍ୟାନନ୍ଦ ବିଦ୍ୟାଳୟ ପକ୍ଷରୁ ଆସନ୍ତା ମେ ମାସ ୧ତାରିଖରୁ ଯୋଗ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆରମ୍ଭ ହେବାକୁ ଯାଉଛି। ମଇ ୩୦ ତାରିଖ ପର୍ଯ୍ୟନ୍ତ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଚାଲିବ। ଏଥି ସହିତ ମଇ ୧ରୁ ୧୨ତାରିଖ ପର୍ଯ୍ୟନ୍ତ ପିଲାମାନଙ୍କ ପାଇଁ ମଧ୍ୟ ଯୋଗ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ପ୍ରଶିକ୍ଷଣ ଶେଷ କରିଥିବା ପିଲାମାନଙ୍କୁ ଓ ଶିକ୍ଷକମାନଙ୍କୁ ମାନପତ୍ର ଦିଆଯିବ। ଇଚ୍ଛୁକ ପ୍ରାର୍ଥୀମାନେ ପୂର୍ବାହ୍ନ ୮ଟାରୁ ରାତି ୮ଟା ପର୍ଯ୍ୟନ୍ତ ସତ୍ୟାନନ୍ଦ ଯୋଗ ବିଦ୍ୟାଳୟ ସହ ଯୋଗାଯୋଗ କରିପାରିବେ। ଏହା ସହ ୦୬୭୪୨୫୪୨୪୭୮ ଓ ୯୦୯୦୪୬୯୨୯୨ ନମ୍ବରରେ ସମ୍ପର୍କ କରିବାକୁ ଅନୁଷ୍ଠାନ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର