ଓଡିଶା ଯୋଗ ସଂଘ ଏବଂ ସମ୍ବାଦର ମିଳିତ ସହଯୋଗରେ ଆୟୋଜିତ ହେଲା ଓଡିଶା ଯୋଗାଥନ

ଭୁବନେଶ୍ୱର: ଓଡିଶା ଯୋଗ ସଂଘ ଏବଂ ସମ୍ବାଦର ମିଳିତ ସହଯୋଗରେ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମରେ ଓଡିଶା ଯୋଗାଥନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ଲୋକ ଯୋଗ ଦେଇ ଯୋଗ ଶିକ୍ଷା କରିଛନ୍ତି । ଏହି ଯୋଗ କାର୍ଯ୍ୟକ୍ରମରେ ପୁରୁଷ, ମହିଳାଙ୍କ ସହିତ ବହୁ ସଂଖ୍ୟାରେ ଯୁବକ ,ଯୁବତୀ , ସ୍କୁଲ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ ।

କାର୍ଯ୍ୟକ୍ରମରେ ଶିବାଚିଦାନନ୍ଦ ସରସ୍ୱତୀ , ରାଜେନ୍ଦ୍ର ପ୍ରସାଦ ,କୃଷି ବିଶ୍ୱବିଦ୍ୟାଳୟର କୁଳାଧିପତି ପ୍ରଫୁଲ ମିଶ୍ର ଓ ଇଷ୍ଟର୍ଣ୍ଣ ମିଡିଆ ଗ୍ରୁପର ପରିଚାଳନା ନିର୍ଦେଶକ ମୋନିକା ନାୟର ପଟ୍ଟନାୟକ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ ।ଏଥିରେ ଅତିଥି ଭାବେ ଯୋଗ ପ୍ରଶିକ୍ଷକ ବିଭୁଦତ୍ତ ରାଉତ, ଅରୁଣ ରାଉତ, ସୁବାସ ଦାସ ଓ ପ୍ରଶାନ୍ତ ଆଚାର୍ଯ୍ୟ ପ୍ରମୁଖ ଯୋଗ ଶିକ୍ଷକ ଯୋଗର ଉପାଦେୟତା ଉପରେ ଆଲୋଚନା କରିଥିଲେ । ଚଳିତ ବର୍ଷର ଏହି ଓଡିଶା ଯୋଗାଥନ୍ ବହୁ ମାତ୍ରାରେ ସଫଳ ହୋଇଥିବା ଆୟୋଜକ କହିଛନ୍ତି ।

ସମ୍ବନ୍ଧିତ ଖବର