ହାତ ପାହାନ୍ତାରେ ମିଳିବ ଗ୍ରୋସରୀ, ଇ-କମର୍ସରେ ପାଦଦେଲେ ଯୁବ ବୈଜ୍ଞାନିକ ଗିରିଶ 

ଜୟପୁର : ଘରେ ରୁହ, ସୁରକ୍ଷିତ ରୁହ। ଲକଡାଉନ ସମୟରେ ଜୟପୁର ସହରରେ ଘରକୁ ଘର ମିଳିବ ଗ୍ରୋସରୀ। ତାହାପୁଣି ପୁରା ସାନିଟାଇଜ ହେବା ପରେ ଗରାଖଙ୍କୁ ମିଳିବ ଏହି ସୁବିଧା। କରୋନା ମୁକାବିଲା ପାଇଁ ପୁଲିସ ଓ ପ୍ରଶାସନ ସହରକୁ ସିଲ କରିଥିବାବେଳେ ଲୋକେ ଗ୍ରୋସରୀ ପାଇଁ ନାହିଁ ନ ଥିବା ହଇରାଣ ହେଉଛନ୍ତି। ସକାଳ ୭ଟାରୁ ଦିନ ୧୧ଟା ଯାଏ ପରି ବଜାରରେ ମାର୍କେଟ ଖୋଲା ରହୁଥିବାବେଳେ ସାମାଜିକ ଦୂରତ୍ବ ରକ୍ଷା ପାଇଁ ବାରମ୍ବାର ପ୍ରଶାସନ କହୁଛି। ଏହି ପରିପ୍ରେଖୀରେ ଯୁବବୈଜ୍ଞାନିକ ତଥା ରାଉରକେଲା ଏନଆଇଟିରେ ବିଟେକ ପଢୁଥିବା ଜୟପୁରର ପୁଅ ଭି.ଗିରୀଶ ଇ-କମର୍ସ ପ୍ଲାଟଫର୍ମରେ ପଦ ଦେଇଛନ୍ତି।

ଏବେ ଡବ୍ଲୁଡବ୍ଲୁଡବ୍ଲୁ.ଗୋଗ୍ରୋସରୀ.ଇନ୍ ନାମରେ ଏକ ସାଇଟ ଆରମ୍ଭ କରିଥିବାବେଳେ ଇକମର୍ସ ସାଇଟ ସହ ଜଡିତ ଏକ ଆପ୍ଲିକେଶନ ବିକଶିତ କରୁଛନ୍ତି। ଏହା ମାଧ୍ୟମରେ ସେ ଜୟପୁର ସହରରେ ଇକମର୍ସ ପ୍ଲାଟଫର୍ମରେ ଯୋଡି ହୋଇଛନ୍ତି। ସେ ଓ ତାଙ୍କ ସାଙ୍ଗ ମିଶି ଏହି କାର୍ଯ୍ୟକ୍ରମ ହାତକୁ ନେଇଥିବାବେଳେ ତାଙ୍କ ସାଇଟ ସାର୍ବଜନିନ ହୋଇସାରିଲାଣି। ଏହାସହ ସେମାନେ ହ୍ବାଟସଆପ ଓ ଫୋନ ମାଧ୍ୟମରେ ଘରକୁ ଗ୍ରୋସରୀ ପଠାଇ ଦେଇଛନ୍ତି। ଏବେ ଆପ୍ଲିକେଶସନ ପାଇଁ କାର୍ଯ୍ୟ ଚାଲିଥିବାବେଳେ ଆସନ୍ତା ସପ୍ତାହକ ମଧ୍ୟରେ ଏହି ଆପ୍ ମାଧ୍ୟମରେ କାର୍ଯ୍ୟ ଆରମ୍ଭ ହେବ। ତେବେ ଜିଲ୍ଲାରେ ୪୭ ପ୍ରତିଶତ ଶିକ୍ଷା ହାର ରହିଥିବାବେଳେ ଏବେ ଇଣ୍ଟରନେଟ ବ୍ୟବହାରକାରୀଙ୍କ ସଂଖ୍ୟା ୭୩ ପ୍ରତିଶତ ରହିଥିବାବେଳେ ସମସ୍ତଙ୍କ ନିକଟରେ ମୋବାଇଲ ଫୋନ ରହିଛି। ସେ କୋଭିଡ-୧୯ ଗବେଷଣା ପାଇଁ ସେ କାମ କରୁଥିବାବେଳେ ଜାଣିବାକୁ ପାଇଥିଲେ କି ଯଦି ସାମାଜିକ ଦୂରତା ନ ରକ୍ଷା କରାଯିବ ତେବେ ଏହା ସଂଙ୍କ୍ରମଣ ହାର ଅଧିକ। ଏହି ଫର୍ମୁଲାକୁ ଆଧାର କରି ସେ ଏହି ଇକମର୍ସ ପ୍ଲାଟଫର୍ମରେ ପ୍ରବେଶ କରିଛନ୍ତି। ସେ ଉପଜିଲ୍ଲାପାଳଙ୍କ ନିକଟରୁ ଅନୁମତି ନେଇଥିବାବେଳେ ସ୍ଥାନୀୟ ପୁଲିସ ପ୍ରଶାସନକୁ ମଧ୍ୟ ଏକକିତା ନକଲ ପ୍ରଦାନ କରିଛନ୍ତି। ଏବେ ନିଜେ ସକାଳ ୬ଟାରୁ ୧୦ଟା ଯାଏ ଘରକୁ ଘର ବୁଲି ହୋମ ଡେଲିଭରି ଦେଉଥିବାବେଳେ ଆସନ୍ତା ଦିନରେ ଏହାକୁ ବଡ ରୂପ ଦେବାକୁ ଯାଉଛନ୍ତି। ତେବେ ଘରକୁ ଘର ଯିବା ବେଳେ ସେ ସରକାରଙ୍କ ନିୟମକୁ ମାନି ସାନିଟାଇଜର ପିନ୍ଧିବା ସହ କୋଭିଡକୁ ନିୟନ୍ତ୍ରଣ କରୁଥିବା ମାସ୍କ, ଗ୍ଲୋବ୍ସ ଓ ଟୋପି ପିନ୍ଧୁଥିବା କହିଛନ୍ତି। ଏହାସହ ତାଙ୍କ ଦୈନିକ ବଜାରରେ ଶାରଦା ଜେନେରାଲ ଷ୍ଟୋର ଯୋଡି ହୋଇଥିବା ଜଣାପଡିଛି। ନିଜେ ପଢିଥିବା ପାଠକୁ କାର୍ଯ୍ୟରେ ଲଗାଉଥିବା ଜଣାପଡିଛି। ବଡ ବଡ ଇକମର୍ସ ସାଇଟ ଏବେ କାର୍ଯ୍ୟକ୍ଷମ ହେଉ ନ ଥିବାବେଳେ ସାମାଜିକ ଦୂରତା ଅବଲମ୍ବନ କରାଯାଇ ଏହା ହାତକୁ ନିଆଯାଇଛି ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ ଏହିଯୁବ ବୈଜ୍ଞାନିକଙ୍କ ଏକ ପ୍ରକଳ୍ପ ଇସ୍ରୋ ବୈଜ୍ଞାନିକଙ୍କ ଦ୍ଵାରା ଉଚ୍ଚ ପ୍ରଶଂସିତ ହୋଇଥିଲା। ଏହି ପ୍ରକଳ୍ପ ହେଉଛି ମନୋ କ୍ୟାମେରା ଦ୍ବାରା ପ୍ରତ୍ୟେକ ବସ୍ତୁର ଗତି ଅବସ୍ଥିତି, ଦୂରତା ଅତି ନିର୍ଭୁଲ ଭାବରେ ଗଣନା କରିଯାଇପାରିବ। ଏହାସହ ମହିଳା ସୁରକ୍ଷା, ସ୍ବାସ୍ଥ୍ୟ ଓ ସାମରିକ ପ୍ରକଳ୍ପ ସହ ସେ ଜଡିତ ରହିଥିଲେ। ଏବେ ଶିକ୍ଷାନୁଷ୍ଠାନ ବନ୍ଦ ରହିଥିବାରୁ ଏହି କାର୍ଯ୍ୟ ସବୁ ବନ୍ଦ ରହିଛି। ଏହି ସମୟରେ ସମୟ ନଷ୍ଟ ନ କରି ପଢିଥିବା ପାଠକୁ ଦିଗ ଦେଖାଇବାକୁ ସେ ଆଗଭର ହୋଇଛନ୍ତି।

ସେ ୨୦୧୫ରେ ଜୟପୁର ପବ୍ଲିକ ସ୍କୁଲରୁ ୧୦ମ ଶ୍ରେଣୀ ପାସ କରିଥିବାବେଳେ ଭୁବନେଶ୍ବରସ୍ଥିତ ଏକ ବିକାଶ ରେସିଡେନ୍ସୀ କଲଜେରୁ ଯୁକ୍ତଦୁଇ ବିଜ୍ଞାନରେ ସଫଳତାର ସହ ଉର୍ତ୍ତିନ୍ନ ହୋଇଥିଲେ। ଏହାପରେ ସେହିବର୍ଷ ଜେଇଇ ମେନ୍ରେ ସଫଳତା ହାସଲ କରି ଏନଆଇଟି ରାଉରକେଲାରେ ନାମ ଲେଖାଇଥିଲେ। ସେଠାରେ ବିଟେକ୍ କରୁଥିବାବେଳେ ଟେଲିକମ୍ୟୁନିକେଶନ ବିଭାଗର ଜଣେ ବରିଷ୍ଠ ଅଧ୍ୟାପକଙ୍କ ସମ୍ପର୍କରେ ଆସିଥିଲେ। ତାଙ୍କ ସହ ବିଭିନ୍ନ ପ୍ରକଳ୍ପରେ କାର୍ଯ୍ୟ କରିବା ପରେ ସର୍ଭିଲାନ୍ସ କ୍ୟାମେରାକୁ ବ୍ୟବହାର କରି କିପରି ମହାକାଶ, ସ୍ବାସ୍ଥ୍ୟ ଓ ଫ୍ୟାସନ କ୍ଷେତ୍ରରେ ସଠିକ କାର୍ଯ୍ୟ କରିହେବ ସେନେଇ ପ୍ରସ୍ତୁତି ଆରମ୍ଭ କରିଥିଲେ। ତାଙ୍କ ଘର ପ୍ରକୃତରେ କୋରାପୁଟ ଜିଲ୍ଲା ଲମତାପୁଟ ବ୍ଲକରେ ହୋଇଥିବା ସେ ବଡତେଲିସାହିରେ ଭଡାରେ ରହୁଛନ୍ତି। ତାଙ୍କ ବାପା ଭି.ଭେଙ୍କଟ ରମଣ ଜଣେ ବ୍ୟବସାୟୀ ହୋଇଥିବାବେଳେ ମା ଭି.ଭାସବୀ ଜଣେ ଗୃହଣୀ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର