ଯୁବ କଂଗ୍ରେସର ସିଏଏ ଓ ଏନଆରସି କ୍ୟାମ୍ପେନ ଅଭିଯାନ : ସୋନପୁର ଓ ବୌଦ୍ଧ ପାଇଁ ନନ୍ଦକିଶୋର ସଂଯୋଜକ

ଫୁଲବାଣୀ : ଦେଶରେ ବିଜେପି ସରକାର ସିଏଏ ଓ ଏନଆରସି ଲାଗୁ କରିବାକୁ ସବୁ ପ୍ରକାର ଉଦ୍ୟମ ଚଳାଇଛନ୍ତି। ଏହା ଦ୍ୱାରା କଣ ସବୁ ସମସ୍ୟା ଆଗକୁ ସୃଷ୍ଟି ହେବ ଓ କେଉଁମାନେ ଲାଭବାନ ହେବେ ସେ ନେଇ ବିଜେପି ସରକାର ସ୍ପଷ୍ଟ କରୁ ନାହାନ୍ତି। ଏହାକୁ ନେଇ ଦେଶବ୍ୟାପୀ ପ୍ରତିକ୍ରିୟା ସୃଷ୍ଟି ହେଉଛି। ଏହା କଂଗ୍ରେସ କରାଉଛି ବୋଲି ବିଜେପି ସରକାର କହୁଛନ୍ତି। ପ୍ରକୃତରେ ଦେଶରେ ସିଏଏ ଓ ଏନଆରସି ଲାଗୁ ହେଲେ କଣ ସବୁ ସମସ୍ୟା ଦେଖା ଦେବ ସେ ନେଇ ସମଗ୍ର ଦେଶରେ ଯୁବ କଂଗ୍ରେସ ପକ୍ଷରୁ କ୍ୟାମ୍ପେନ ଆରମ୍ଭ ହେବାକୁ ଯାଉଛି। ଏଥି ନିମନ୍ତେ ସୋନପୁର ଓ ବୌଦ୍ଧ ଜିଲ୍ଲା ପାଇଁ କନ୍ଧମାଳ ଲୋକସଭା ଯୁବ କଂଗ୍ରେସ ସଭାପତି ନନ୍ଦକିଶୋର ଦାସଙ୍କୁ ସଂଯୋଜକ ଭାବେ ନିଯୁକ୍ତି ଦିଆଯାଇଛି। ଏଥି ନିମନ୍ତେ ସେ ଦଳର ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାନେତ୍ରୀ ସୋନିଆ ଗାନ୍ଧି, ରାହୁଲ ଗାନ୍ଧି, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଅନ୍ୟ ନେତୃବୃନ୍ଦଙ୍କୁ କୃତଜ୍ଞତା ଜଣାଇଛନ୍ତି।

ସମ୍ବନ୍ଧିତ ଖବର