କୂଅକୁ ଖସିଲା କାର୍‌, ଯୁବକ ମୃତ

ଲାଠିକଟା : କୂଅ ଭିତରକୁ ଏକ କାର୍‌ ଖସି ପଡ଼ିବାରୁ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି। ଏହି ଅଘଟଣ ଘଟିଛି ଲାଠିକଟା ଥାନା ଅନ୍ତର୍ଗତ କୁଲାମୁଣ୍ଡା ଗ୍ରାମରେ। ଗତକାଲି କୁଲାମୁଣ୍ଡା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ ଚାଲିଥିଲା। ଗ୍ରାମର ହରକୁ କଚ୍ଛପଙ୍କ ପୁଅ ଦୀପକ(୨୬) ରାତିରେ ନିଜ କାର୍‌କୁ ଘର ଆଗରେ ରଖି ତା’ ଭିତରେ ଶୋଇଥିଲେ। ସକାଳ ପ୍ରାୟ ୭ଟା ସମୟରେ ସେ ନିଦରୁ ଉଠିବା ବେଳେ ଅସାବଧାନତା ବଶତଃ କାର୍‌ ଷ୍ଟାଟ୍‌ ହୋଇ ଗଡ଼ି ଯାଇ ନିଜ କୂଅ ଭିତରକୁ ଖସି ପଡ଼ିଥିଲା। ଗାଁ ଲୋକେ ଘଟଣାସ୍ଥଳରେ ପହଞ୍ଚି କାର୍‌ କାଚ ଭାଙ୍ଗି କୂଅ ଭିତରୁ ଦୀପକକୁ ବାହାର କରି ଆମ୍ବୁଲାନ୍ସ ଯୋଗେ ଆର୍‌ଜିଏଚ୍‌କୁ ନେଇଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

ସମ୍ବନ୍ଧିତ ଖବର