ବିନିକା : ବିନିକା ଥାନା ଫୁଲମୁୁଠି ନିକଟରେ ହାତୀ ଆକ୍ରମଣରେ ଏହି ଗାଁର ଜୀବର୍ଦ୍ଧନ କର୍ଣ୍ଣ (୩୪)ଙ୍କ ମୃତ୍ୟୁ ହୋଇଛି। ଜୀବର୍ଦ୍ଧନ ଏକ ବାଇକ୍ରେ ବିନିକାରୁ ନିଜ ଗାଁ ଫୁଲମୁଠିକୁ ଫେରୁଥିବା ବେଳେ ରବିବାର ରାତି ପ୍ରାୟ ୧୧ଟାରେ ଫୁଲମୁଠି ସବ୍ଷ୍ଟେସନ ନିକଟରେ ହାତୀ ପଲ ହାବୁଡ଼ରେ ପଡ଼ିଯାଇଥିଲେ। ହାତୀମାନେ ତାଙ୍କୁ ଦଳି ଦେଇଥିଲେ। ଘଟଣାସ୍ଥଳରେ ତାଙ୍କ ମୃତ୍ୟୁ ହୋଇଯାଇଛି। ଏହି ଅଞ୍ଚଳରେ ପ୍ରାୟ ୨୫ଟି ହାତୀ ଥିବା ଜଣାଯାଇଛି।