ନାଳରେ ଭାସି ଯୁବକ ମୃତ

କୁଳିଅଣା : କୁଳିଅଣା ଥାନା ଅନ୍ତର୍ଗତ କାଠଶୀର୍ଷୀ (ଚିରଗାଲସାହି) ଗ୍ରାମର ସୁରେନ୍ଦ୍ର ମୁର୍ମୁ (୪୨) ନାମକ ଜଣେ ଯୁବକ ଆଜି ପୂର୍ବାହ୍ନରେ ଗ୍ରାମ ନିକଟସ୍ଥ ଧେଡୁଆ ନାଳ ଉପରେ ନିର୍ମିତ ଚେକ୍‌ଡ୍ୟାମରେ ଗାଧୋଇବାବେଳେ ଭାସିଯାଇଥିଲେ। ସୁରେନ୍ଦ୍ରଙ୍କ ସହ ସେଠାରେ ଗାଧୋଉ ଥିବା ନାରାୟଣ ମୁର୍ମୁ ତାଙ୍କୁ ପାଣିରୁ ଉଦ୍ଧାର କରିବାକୁ ଚେଷ୍ଟା କରି ବିଫଳ ହୋଇଥିଲା। ପରେ ବାରିପଦା ଅଗ୍ନିଶମ କେନ୍ଦ୍ରକୁ ଖବର ଦିଆଯାଇଥିଲା । ଅଗ୍ନିଶମ ବାହିନୀ ସେଠାରେ ପହଞ୍ଚି ସୁରେନ୍ଦ୍ରକୁ ମୃତ ଅବସ୍ଥାରେ ଉଦ୍ଧାର କରିଥିଲେ ।

ସମ୍ବନ୍ଧିତ ଖବର