ନବରଙ୍ଗପୁର : ଚିକିଲି ନଦୀରେ ବୁଡି ଜଣେ ଯୁବକ ମୃତ

ନବରଙ୍ଗପୁର : ନବରଙ୍ଗପୁର ଥାନା ଚିକିଲି ନଦୀରେ ବୁଡି ଜଣେ ଯୁବକର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ଧାରନାବେଡା ଗାଁର ଜଣେ ଯୁବକ ରାତି ପ୍ରାୟ ୯ଟା ବେ‌ଳେ ନଦୀ ଘାଟ ନିକଟରେ ପାଟି କରିବାରୁ ମକା ବାଡରେ ଜଗିଥିବା କିଛି ବ୍ୟକ୍ତି ଘଟଣ‌ାସ୍ଥଳକୁ ଦୌଡିଯାଇଥିଲେ। ତେବେ ସେହି ସମୟରେ ଉକ୍ତ ଯୁବକ ନଦୀ ପାଣିରେ ବୁଡି ଯାଇଥିଲେ। ଉକ୍ତ ସ୍ଥାନରେ ଅଧିକ ପାଣି ଥିବାରୁ ଦମକଳ ବାହିନୀକୁ ଖବର ଦେଇଥିଲେ। ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ରାତି ପ୍ରାୟ ୧୦ଟା ବେଳେ ଉକ୍ତ ଯୁବକକୁ ଉଦ୍ଧାର କରି ନବରଙ୍ଗପୁର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଉକ୍ତ ଯୁବକର ମୃତ୍ୟୁ ହୋଇଥିବା ଜଣାପଡିଛି।

ସମ୍ବନ୍ଧିତ ଖବର