ଜୁନାଗଡ଼ : କୋଭିଡ୍‌ ହସ୍ପିଟାଲରେ ଯୁବକଙ୍କ ମୃତ୍ୟୁ

ଭବାନୀପାଟଣା/ଜୁନାଗଡ଼ : କଳାହାଣ୍ଡି ଜିଲ୍ଲାର କୋଭିଡ ହସ୍ପିଟାଲରେରେ ଜଣେ ଯୁବକଙ୍କ ସୋମବାର ମୃତ୍ୟୁ ଘଟିଛି। ମୃତ ଯୁବକଙ୍କ ସ୍ୱାବ୍‌ ପରୀକ୍ଷା ପାଇଁ ଯାଇଥିବା ବେଳେ ରିପୋର୍ଟ ଆସିନାହିଁ। ରିପୋର୍ଟ ଆସିବା ପରେ ମୃତ ବ୍ୟକ୍ତି କରୋନା ପଜିଟିଭ ନା ନେଗେଟିଭ୍‌ ଜଣାପଡ଼ିବ। ଏହି ଘଟଣା ଜିଲ୍ଲାରେ ଆଲୋଡ଼ନ ସୃଷ୍ଟି ହୋଇଛି।

ସୂଚନା ମୁତାବକ, କଳାହାଣ୍ଡି ଜିଲ୍ଲାର ଜଣେ ୩୫ ବର୍ଷୀୟ ପ୍ରବସୀ ଯୁବକ  ଗତ ୨୧ ତାରିଖ ଦିନ ତାମିଲନାଡୁରୁ ଫେରି  ଜୁନାଗଡ଼ ବ୍ଲକର ହାବସପୁର ସଙ୍ଗରୋଧ କେନ୍ଦ୍ରରେ ରହୁଥିଲେ। ତାଙ୍କ ସ୍ୱାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ  ଭବାନୀପାଟଣା ସହର ନିକଟ ବାନଦୋପଲା ଇଞ୍ଜିନିୟରିଙ୍ଗ କଲେଜର ଜିଲ୍ଲା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତରିତ କରାଯାଇଥିଲା। ହେଲେ ଆଜି ପୂର୍ବାହ୍ନ ସାଢେ଼ ୧୧ଟା ସମୟରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଥିବା ଡା. ନିହାରେନ୍ଦ୍ର ପଣ୍ଡା ସୂଚନା ଦେଇଛନ୍ତି। ତାଙ୍କ ମୃତ୍ୟୁର କାରଣ ସ୍ପଷ୍ଟ ହୋଇପାରି ନାହିଁ।

ସମ୍ବନ୍ଧିତ ଖବର