ଅନୁଗୁଳ : ହାତୀକୁ ଧକ୍କା ଦେଲା ସାଇ‌େକଲ ଆରୋହୀ

ଅନୁଗୁଳ : ଆଜି ରାତି ସାଢ଼େ ୭ଟାରେ ଜଂଗଲ ରାସ୍ତାରେ ଏକ ହାତୀକୁ ଧକ୍କା ଦେଇଛନ୍ତି ସାଇ‌େକଲ ଆରୋହୀ। ଧକ୍କା ଦେବା ପରେ ହାତୀ ଆକ୍ରମଣରେ ଡାକ୍ତର ବେହେରା(୨୦) ନାମକ ଜଣେ ଯୁବକ ଗୁରୁତର ଆହତ ହୋଇଥିବା ବେଳେ ତାଙ୍କ ଭାଇ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ଠାକୁରଗଡ଼ ଥାନା ଅମାସମା ଗାଁର ପ୍ରଦୀପ ବେହେରା ଓ ଡାକ୍ତର ବେହେରା କୌଣସି କାମରେ ଅନ୍ତୁଲିଆ ଯାଇଥିଲେ। ସନ୍ଧ୍ୟା ‌ହୋଇଯିବାରୁ ନିଜ ଗାଁକୁ ନଯାଇ ପରା ଗ୍ରାମରେ ଥିବା ତାଙ୍କର ଜଣେ ସଂପର୍କୀୟଙ୍କ ଘରକୁ ଯାଉଥିଲେ। ସେଠାରୁ ରାତ୍ରିଯାପନ ପରେ ସକାଳେ ପୁଣି ନିଜ ଗାଁକୁ ଯାଇଥାନ୍ତେ। ତେବେ ଲେମ୍ବୁତଇଲା ପାଖରେ ରାସ୍ତା ଉପରେ ଏକ ହାତୀ ଛିଡ଼ା ହୋଇଥିଲା। ରାତିର ଅନ୍ଧକାର ଯୋଗୁଁ ସେମାନେ ଦେଖିପାରିନଥିଲେ। ରାସ୍ତାରେ ଥିବା ହାତୀକୁ ସାଇକେଲରେ ଧକ୍କା ଦେଇଥିଲେ। ପ୍ରଦୀପ ସାଇକେଲ ଚଳାଉଥିବା ବେଳେ ଡାକ୍ତର ପଛପଟେ ବସିଥିଲେ। ହାତୀ ଆକ୍ରମଣରେ ଡାକ୍ତର ଗୁରୁତର ଆହତ ହୋଇଥିଲେ। ରାତ୍ରିକାଳୀନ ପ‌ାଟ୍ରୋଲିଂରେ ବାହାରିଥିବା ଜରପଡ଼ା ବନ ବିଭାଗର କର୍ମଚାରୀମାନେ ସେମାନଙ୍କୁ ଉଦ୍ଧାର କରି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ।

ସମ୍ବନ୍ଧିତ ଖବର