ଫୁଲବାଣୀ : କନ୍ଧମାଳ ପୁଲିସର ଦବଙ୍ଗଗିରି। ଜଣେ ନିରୀହ ଯୁବକଙ୍କୁ ବିନା ଦୋଷରେ ଫାଣ୍ଡିକୁ ନେଇ ରାତିସାରା ନିର୍ଧୁମ ମାଡ଼ ମାରିଛି ପୁଲିସ। ମାଡ଼ ଖାଇ ଗୁରୁତର ହୋଇପଡ଼ିଥିବା ଯୁବକଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ଲାଇନ୍ପଡା ଫାଣ୍ଡିରେ ଏଭଳି ଅଭାବନୀୟ ଘଟଣା ଘଟିଛି।
Sambad is now on WhatsApp
Join and get latest news updates delivered to you via WhatsApp
ଲାଇନପଡା ବଜାରରେ ଜେରକ୍ସ ଦୋକାନ ଦେଇଥିବା ରାମେଶ୍ୱର ନାୟକ(୨୭) ନାମକ ଏହି ଯୁବକଙ୍କୁ ପୁଲିସ ଜଣେ ଯୁବତୀ ନିଖୋଜ ଘଟଣାରେ ଗତକାଲି ରାତିରେ ଉଠାଇ ଆଣିଥିଲା। ରାତିସାରା ତାଙ୍କୁ ଫାଣ୍ଡି ଅଧିକାରୀ ନିର୍ଧୁମ ମାଡ଼ ମାରିଥିଲେ। ମାଡ଼ରେ ରାମେଶ୍ୱରଙ୍କ ଗୋଡ଼, ପିଠି ଓ ବେକରେ ଗଭୀର ଆଘାତ ଲାଗିଛି। ଖବର ପାଇ ତାଙ୍କ ଭାଇ ଓ ୨ ଜଣ ଓକିଲ ଫାଣ୍ଡିରେ ପହଞ୍ଚିବା ପରେ ପୁଲିସ ରାମେଶ୍ୱରଙ୍କୁ ଛାଡ଼ି ଦେଇଥିଲା। ତେବେ ମାଡ଼ ଖାଇ ଗୁରୁତର ହୋଇପଡ଼ିଥିବାରୁ ରାମେଶ୍ୱରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ତାଙ୍କର ଅବସ୍ଥା ଗୁରୁତର ଥିବା ଜଣା ପଡିଛି।