ଭାଲୁ ଆକ୍ରମଣରେ ଯୁବକ ଗୁରୁତର 

0

ଫୁଲବାଣୀ : ଫୁଲବାଣୀ ସଦର ଥାନା ଲଦାକନ ଜଙ୍ଗଲରେ ଭାଲୁ ଆକ୍ରମଣରେ ଖେତାପାଜୁ ଗ୍ରାମର ଦ୍ବିଜବର ମଲିକ ନାମକ ଜଣେ ଯୁବକ ଗୁରୁତର ହୋଇଛନ୍ତି। ଦ୍ବିଜବରଙ୍କୁ ପ୍ରଥମେ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ ଅବସ୍ଥ‌ା ଗୁରୁତର ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଦ୍ବିଜବର, ଶ୍ୟାମଘନ ମଲିକ ଓ ଆଉ ଜଣେ ସହଯୋଗୀ ଲଦାକନ ଜଙ୍ଗଲକୁ କାଠ ଆଣିବାକୁ ଯାଇଥିବା ବେଳେ ସାଥିରେ ନିଜର କୁକୁରକୁ ବି ନେଇଥିଲେ। ସମସ୍ତେ କାଠ ସଂଗ୍ରହ କଲାବେଳେ ସେମାନଙ୍କୁ ଭାଲୁ ଆକ୍ରମଣ କରିଥିଲା।

ସମ୍ବନ୍ଧିତ ଖବର

Leave A Reply

Your email address will not be published.