ଜୁଆରରେ ଭାସିଯାଇ ଯୁବକ ନିଖୋଜ

କୋଣାର୍କ : ଗତ ସପ୍ତାହରେ କୋଣାର୍କ-ପୁରୀ ବେଳାମାର୍ଗରେ ରାମଚଣ୍ଡୀ ମନ୍ଦିର ନିକଟରେ ନଦୀରେ ଗାଧୋଇବା ସମୟରେ ଦୁଇଜଣ ଯୁବକ ଭାସିଯିବାବେଳେ ସ୍ଥାନୀୟ ଲୋକେ ଉଦ୍ଧାର କରିଥିଲେ। ଏହି ଘଟଣା ଘଟିବାର ମାତ୍ର ଦୁଇଦିନ ଅନ୍ତରରେ ଆଜି ପୁଣି କୁଶଭଦ୍ରା ମୁହାଣରେ ଜଣେ ଯୁବକ ଗାଧୋଇବା ସମୟରେ ଭାସିଯାଇ ନିଖୋଜ ହୋଇଛନ୍ତି। ମିଳିଥିବା ସୂଚନା ମୁତାବକ ରାଉରକେଲାରୁ ସାଙ୍ଗମାନଙ୍କ ସହିତ ରାମଚଣ୍ଡୀ ବଣଭୋଜି କରିବାକୁ ଆସିଥିବା କାଳି କଲ୍ୟାଣ ମଲ୍ଲିକ(୨୫) ସମୁଦ୍ରରେ ଗାଧୋଇବା ସମୟରେ ଭାସିଯାଇ ଥିଲେ। ଚନ୍ଦ୍ରଭାଗା ସାମୁଦ୍ରିକ ଥାନା ଓ ସ୍ଥାନୀୟ ବୋଟ୍‌ କର୍ମଚାରୀଙ୍କ ଖୋଜାଖୋଜି ପରେ ମଧ୍ୟ ସଂପୃକ୍ତ ଯୁବକଙ୍କ ପତ୍ତା ମିଳିନାହିଁ। ଚନ୍ଦ୍ରଭାଗା ଓ ରାମଚଣ୍ଡୀରେ ବାରମ୍ବାର ଏଭଳି ଘଟଣା ଗଟୁଥିଲେ ମଧ୍ୟ ପ୍ରଶାସନିକ ଉଦାସିନତା ଓ ଲାଇଫଗାର୍ଡ଼ ମୁତୟନ ନହେବା ଯୋଗୁ ଘଟଣାର ପୁନରାବୃତି ଘଟୁଥିବାର ଅଭିଯୋଗ ପ୍ରକାଶ ପାଇଛି।

ସମ୍ବନ୍ଧିତ ଖବର