କୂଅକୁ ଡେଇଁ ଯୁବକଙ୍କ ଆତ୍ମହତ୍ୟା

ବଡ଼ସାହି : ବଡ଼ସାହି ବ୍ଲକ ତଥା ଥାନା ଅନ୍ତର୍ଗତ ଚାନ୍ଦଡ଼ିହା ଗ୍ରାମର ବାଞ୍ଛାନିଧି ମହାନ୍ତିଙ୍କ ୪୩ ବର୍ଷୀୟ ପୁଅ ସୁଜିତ ମହାନ୍ତି(ଟୁନା) ନିଜ ଘରବାଡ଼ିରେ ଥିବା କୂଅକୁ ଡେଇଁ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି। ଗତକାଲି ବିଳମ୍ବିତରେ ସେ ମାନସିକ ଭାରସାମ୍ୟ ହରାଇ ୬୭ଫୁଟ ଗଭୀର କୂଅକୁ ଡେଇଁ ପଡ଼ିଥିଲେ। ପରିବାର ଲୋକେ ତାଙ୍କୁ ଉଠାଇବାକୁ ଚେଷ୍ଟା କରି ବିଫଳ ହୋଇଥିଲେ। ପରେ ବଡ଼ସାହି, ବେତନଟୀ ଓ ଉଦଳାରୁ ଅଗ୍ନିଶମ ବାହିନୀ ପହଞ୍ଚି ସୁଜିତଙ୍କୁ ମୃତ ଅବସ୍ଥାରେ କୂଅରୁ ବାହାର କରି ବଡ଼ସାହି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତାଙ୍କର ବିଧବା ପତ୍ନୀ ଓ ଏକମାତ୍ର ପୁଅ ଅଛନ୍ତି। ବିଜେପି ଦଳ ବଡ଼ସାହି ମଣ୍ଡଳର ସେ ସାଧାରଣ ସମ୍ପାଦକ ଥିଲେ।

ସମ୍ବନ୍ଧିତ ଖବର