ଜମି ଠକେଇ ମାମଲାରେ ଜାମିନ ଖାରଜ

କଟକ : ଜେଡ୍‌-ଇନଫ୍ରା କନଷ୍ଟ୍ରକ୍ସନ ପ୍ରାଇଭେଟ୍‌ ଲିମିଟେଡର ପରିଚାଳନା ନିର୍ଦ୍ଦେଶକ ପ୍ରସନ୍ନ କୁମାର ପାତ୍ରଙ୍କ ଜାମିନ ଆବେଦନ କଟକ ସ୍ବତନ୍ତ୍ର ଅଦାଲତ ଖାରଜ କରିଛନ୍ତି। ଘଟଣାର ତଦନ୍ତ ଚାଲିଥିବା ବେଳେ ତାଙ୍କୁ ଜାମିନ ପ୍ରଦାନ କରାଗଲେ ତଦନ୍ତ ପ୍ରକ୍ରିୟା ବାଧାପ୍ରାପ୍ତ ହେବ ବୋଲି ଶୁଣାଣି ସମୟରେ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ୍‌ ପ୍ରସିକ୍ୟୁଟର ସୁବ୍ରତ କୁମାର ମହାନ୍ତି ଦର୍ଶାଇଥିଲେ। ଏହାପରେ ଅଦାଲତ ଶ୍ରୀ ପାତ୍ରଙ୍କ ଜାମିନ ଅଗ୍ରାହ୍ୟ କରିଥିଲେ। ମାମଲାର ବିବରଣୀରୁ ପ୍ରକାଶ ଯେ ଲୋକମାନଙ୍କୁ ସୁଲଭ ମୂଲ୍ୟରେ ଜମି ଦେବାକୁ ଦେଇ ଏହି ସ˚ସ୍ଥା ମାଧୢମରେ ଶ୍ରୀ ପାତ୍ର ପ୍ରାୟ ୧୨ କୋଟି ଟଙ୍କା ସ˚ଗ୍ରହ କରିଥିଲେ ବୋଲି ଅଭିଯୋଗ ରହିଛି। ଏ ନେଇ ଇଓଡବ୍ଲ୍ୟ ମାମଲା ରୁଜୁ କରି ଗତ ଅଗଷ୍ଟ ୭ରେ ଶ୍ରୀ ପାତ୍ରଙ୍କୁ ଗିରଫ କରିଥିଲା।

ସମ୍ବନ୍ଧିତ ଖବର