ସରିଲା ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା, ୯ଟି ଜୋନ୍‌ରେ ୯୧୯ ପ୍ରତିଯୋଗୀ

ବିତର୍କରେ ୩୦୬, ସାରେଗାମାରେ ୬୧୩, ଅକ୍ଟୋବର ୩ରେ ରାଜ୍ୟସ୍ତରୀୟ ପ୍ରତିଯୋଗିତା

ଭୁବନେଶ୍ବର: ‘ସମ୍ବାଦ’ର ୩୫ତମ ବାର୍ଷିକ ଉତ୍ସବ ଉପଲକ୍ଷେ ଆୟୋଜିତ ଜୋନ୍‌ ସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତା ଆଜି ଅନୁଷ୍ଠିତ ହୋଇଯାଇଛି। ‘ସମ୍ବାଦ’ ଓ ‘କନକ ନ୍ୟୁଜ୍‌’ ପକ୍ଷରୁ ବିତର୍କ ପ୍ରତିଯୋଗିତା ଏବ˚ ‘ସମ୍ବାଦ’ ଓ ‘ରେଡିଓ ଚକଲେଟ୍‌’ ପକ୍ଷରୁ ସାରେଗାମା ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଆଜି ‘ସମ୍ବାଦ’ର ୯ଟି ଜୋନ୍‌ ଭୁବନେଶ୍ବର, କଟକ, ଅନୁଗୁଳ, ବାଲେଶ୍ବର, ସମ୍ବଲପୁର, ବ୍ରହ୍ମପୁର, ରାଉରକେଲା, ଜୟପୁର ଓ ଯାଜପୁରରେ ଏହି ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଦୁଇଟି ଯାକ ପ୍ରତିଯୋଗିତାରେ ୯୧୯ଜଣ ପ୍ରତିଯୋଗୀ ଅ˚ଶଗ୍ରହଣ କରିଥିଲେ। ବିତର୍କରେ ୩୦୬ ଜଣ ଭାଗ ନେଇଥିବାବେଳେ ସାରେଗାମାରେ ୬୧୩ଜଣ ଭାଗ ନେଇଥିଲେ। ଏହି ଦୁଇଟି ଯାକ ପ୍ରତିଯୋଗିତାରେ କେବଳ ମହାବିଦ୍ୟାଳୟ ଓ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ଭାଗ ନେଇଥିଲେ।

ଭୁବନେଶ୍ବର ସ˚ସ୍କରଣରେ ୯୮ଜଣ ପ୍ରତିଯୋଗୀ ଭାଗ ନେଇଥିବାବେଳେ ବିତର୍କରେ ୧୬ଜଣ ଏବ˚ ସାରେଗାମାରେ ୮୨ଜଣ ଭାଗ ନେଇଥିଲେ। ବାଲେଶ୍ବର ସ˚ସ୍କରଣରେ ୧୩୮ଜଣ ଭାଗ ନେଇଥିବାବେଳେ ଏଥିରୁ ୫୪ଜଣ ବିତର୍କରେ ଏବ˚ ୮୪ଜଣ ସାରେଗାମାରେ, ଜୟପୁର ସ˚ସ୍କରଣରେ ୧୧୭ଜଣ ଭାଗ ନେଇଥିବାବେଳେ ୪୫ଜଣ ବିତର୍କରେ ଏବ˚ ୭୨ଜଣ ସାରେଗାମାରେ, ବ୍ରହ୍ମପୁର ଜୋନ୍‌ରେ ୧୨୬ଜଣ ଭାଗ ନେଇଥିବାବେଳେ ୩୯ଜଣ ବିତର୍କରେ ୮୭ଜଣ ସାରେଗାମାରେ ଭାଗ ନେଇଥିଲେ। ସେହିପରି ସମ୍ବଲପୁର ସ˚ସ୍କରଣରେ ୮୩ଜଣ ଭାଗ ନେଇଥିବାବେଳେ ଏଥିରୁ ବିତର୍କରେ ୨୭ଜଣ ଏବ˚ ସାରେଗାମାରେ ୫୬ଜଣ, କଟକ ସ˚ସ୍କରଣରେ ୭୯ଜଣ ଭାଗ ନେଇଥିବାବେଳେ ଏଥିରୁ ୩୦ଜଣ ବିତର୍କରେ ଏବ˚ ସାରେଗାମାରେ ୪୯ଜଣ, ଯାଜପୁର ସ˚ସ୍କରଣରେ ୫୩ଜଣ ଭାଗ ନେଇଥିବାବେଳେ ବିତର୍କରେ ୧୯ ଏବ˚ ସାରେଗାମାରେ ୩୪ଜଣ, ରାଉରକେଲା ସ˚ସ୍କରଣରେ ୧୧୯ଜଣ ଭାଗ ନେଇଥିବାବେଳେ ବିତର୍କରେ ୪୩ ଜଣ ଏବ˚ ସାରେଗାମାରେ ୭୬ଜଣ, ଅନୁଗୁଳ ସ˚ସ୍କରଣରେ ୧୦୬ଜଣ ଭାଗ ନେଇଥିବାବେଳେ ବିତର୍କରେ ୩୩ଜଣ ଏବ˚ ସାରେଗାମାରେ ୭୩ଜଣ ଭାଗ ନେଇଥିଲେ।
ପୂର୍ବ ନିର୍ଦ୍ଧାରିତ ସୂଚୀ ଅନୁଯାୟୀ ସକାଳ ୧୦ଟାରେ ପ୍ରତିଯୋଗିତା ଆରମ୍ଭ ହୋଇଥିଲା। ଏହାର ୧ଘଣ୍ଟା ପୂର୍ବରୁ ବିତର୍କର ବିଷୟ ବସ୍ତୁ ଘୋଷଣା କରାଯାଇଥିଲା। ବିଷୟ ଥିଲା ‘ନୂଆ ଟ୍ରାଫିକ ନିୟମର ମୋଟା ଜରିମାନା ଦୁର୍ଘଟଣାକୁ ରୋକିପାରିବ’। ପ୍ରତିଯୋଗୀମାନେ ସେମାନଙ୍କ ପସନ୍ଦ ଅନୁଯାୟୀ ଏହି ବିଷୟ ବସ୍ତୁ ସପକ୍ଷରେ/ବିପକ୍ଷରେ ନିଜର ମତ ରଖିଥିଲେ। ବିଚାରକମାନେ ପ୍ରତିଯୋଗୀଙ୍କ ଭାଷା, ବିଷୟ ଓ ତର୍କକୁ ନେଇ ମାର୍କ ଦେଇଥିଲେ। ସେହିପରି ସାରେଗାମା ପ୍ରତିଯୋଗିତାର ପ୍ରତିଯୋଗୀମାନେ ଓଡ଼ିଆ ବା ହିନ୍ଦୀ ଭାଷାର ଲଘୁ କଣ୍ଠ ସଙ୍ଗୀତ (ଭଜନ/ଆଧୁନିକ) ଗାଇଥିଲେ। କୃତୀ ପ୍ରତିଯୋଗୀଙ୍କୁ ପ୍ରତିଯୋଗିତା ଶେଷ ହେବା ପରେ ପୁରସ୍କୃତ କରାଯାଇଥିଲା।

ପ୍ରତି ଜୋନ୍‌ରେ ଉଭୟ ପ୍ରତିଯୋଗିତାର ପ୍ରଥମ ତିନିଟି ସ୍ଥାନ ହାସଲ କରିଥିବା ପ୍ରତିଯୋଗୀଙ୍କୁ ସମ୍ମାନିତ କରାଯାଇଛି। ଏହି କୃତୀ ପ୍ରତିଯୋଗୀମାନେ ଆସନ୍ତା ଅକ୍ଟୋବର ୩ ତାରିଖରେ ହେବାକୁ ଥିବା ରାଜ୍ୟସ୍ତରୀୟ ବିତର୍କ ଓ ସାରେଗାମା ପ୍ରତିଯୋଗିତାରେ ଅ˚ଶଗ୍ରହଣ କରିବେ। ଉକ୍ତ ଦିନର କାର୍ଯ୍ୟସୂଚୀ ସମ୍ପର୍କରେ ଖୁବ୍‌ ଶୀଘ୍ର ସବିଶେଷ ଖବର ପ୍ରକାଶ ପାଇବ।

ସମ୍ବନ୍ଧିତ ଖବର