ଭଗବାନ ବିଷ୍ଣୁଙ୍କ ଅବତାର ଭାବେ ଶ୍ରୀକୃଷ୍ଣ ସର୍ବତ୍ର ପୂଜିତ। ଧର୍ମ ସଂସ୍ଥାପନ ପାଇଁ ସେ ମର୍ତ୍ତ୍ୟରେ ଦେହ ଧାରଣ କରିଥିଲେ। ଶ୍ରୀକୃଷ୍ଣଙ୍କ ଜନ୍ମ, ରାଧାଙ୍କ ସହ ରାସଲୀଳା ଏବଂ କଂସ ଓ କୌରବମାନଙ୍କ ବିନାଶରେ ତାଙ୍କର ଅବଦାନ ବିଷୟରେ ଅନେକ କାହାଣୀ ଓ ଆଖ୍ୟାୟିକା ଅନେକ ଲୋକଙ୍କୁ ଜଣାଅଛି।
Sambad is now on WhatsApp
Join and get latest news updates delivered to you via WhatsApp
କିନ୍ତୁ, ‘୮’ ସଂଖ୍ୟା ସହ ଥିବା ଶ୍ରୀକୃଷ୍ଣଙ୍କ ସମ୍ପୃକ୍ତି ବିଷୟରେ କ୍ୱଚିତ ଜାଣନ୍ତି। ଜନ୍ମ ପୂର୍ବରୁ ମୃତ୍ୟୁ ଯାଏଁ ଶ୍ରୀକୃଷ୍ଣ ‘୮’ ସଂଖ୍ୟା ବିଷୟରେ ସାମାନ୍ୟ ସୂଚନା ଦେଉଥିଲେ।
୧. ଶ୍ରୀକୃଷ୍ଣ ହେଉଛନ୍ତି ଭଗବାନ ବିଷ୍ଣୁଙ୍କ ଅଷ୍ଟମ ଅବତାର।
୨. ସେ ଦେବକୀ ଓ ବାସୁଦେବଙ୍କର ଅଷ୍ଟମ ଗର୍ଭରେ ଜନ୍ମିବେ ବୋଲି ଶୂନ୍ୟବାଣୀ ହୋଇଥିଲା।
୩. ସେ କୃଷ୍ଣପକ୍ଷ ଅଷ୍ଟମୀରେ ଜନ୍ମିଥିଲେ।
୪. ଶ୍ରୀକୃଷ୍ଣଙ୍କର ଥିଲେ ୮ ଜଣ ପତ୍ନୀ: ‘ଅଷ୍ଟପାଟବଂଶୀ’।
୫. ସେ ୧୬୧୦୦ ଗୋପୀଙ୍କୁ ନରକାସୁର କବଳରୁ ଉଦ୍ଧାର କରିଥିଲେ। ପରେ ସେ ସମସ୍ତଙ୍କୁ ବିବାହ କରିଥିଲେ। ହିସାବ ଅନୁସାରେ ତାହା ହେଉଛି ୧ ୬ ୧= ୮।
୬. ତାଙ୍କ ମୁଖ ନିସୃତ ‘ଗୀତା’ର ୪ର୍ଥ ଅଧ୍ୟାୟରେ ଥିବା ୮ମ ଶ୍ଳୋକଟି ଭଗବତ ଗୀତାର ଅଧିକାଂଶ ସ୍ଥାନରେ ପୁନରାବୃତ୍ତି ହୋଇଛି। ତାହା ହେଲା: ଦୁଷ୍ଟ ଦଳନ କରି ସନ୍ଥ ପାଳନ କରିବା ଓ ଧର୍ମ ସଂସ୍ଥାପନ ପାଇଁ ମୁଁ ଯୁଗେ ଯୁଗେ ଜନ୍ମ ନିଏ।
୭. ଶ୍ରୀକୃଷ୍ଣ ଠିକ୍ ୧୨୫ ବର୍ଷ ବଞ୍ଚି ଥିଲେ। ଅର୍ଥାତ୍ ୧ ୨ ୫ = ୮