ମୋବାଇଲ୍ ପେମେଣ୍ଟ୍ ଆପ୍ ତ୍ରୁଟିରୁ ୩ ଦିନରେ ହ୍ୟାକର୍ ଲୁଟିନେଲେ ୪ କୋଟି ଟଙ୍କା; ବନ୍ଦ କରାଗଲା ଆପ୍

ଟୋକିଓ : ଦିନକୁ ଦିନ ଅନଲାଇନରେ ଚୋରି ଓ ଠକାମୀ ବଢିଚାଲିଛି । ଏବେ ଏଭଳି ଏକ ଖବର ଜାପାନରୁ ଆସିଛି ଯେଉଁଠି ହ୍ୟାକର୍ସ ଏକ ଆପର ସାହାଯ୍ୟ ନେଇ ୟୁଜର୍ସଙ୍କ ୫ ଲକ୍ଷ ଡଲାର ଅର୍ଥାତ୍ ୩.୪୨ କୋଟି ଟଙ୍କା ଉଡାଇ ନେଇଛନ୍ତି । ‘୭ ପେ’ ନାମକ ଏହି ଆପରେ ନିକଟରେ ଏକ ପେମେଣ୍ଟ୍ ଫିଚର ଲଞ୍ଚ୍ କରାଯାଇଥିଲା । ଯାହାପରେ ହ୍ୟାକର୍ସ ୟୁଜରଙ୍କ ଆକାଉଣ୍ଟ୍ ଖାଲି କରି ଦେଇଥିଲେ । ଏହି ଘଟଣା ପରେ ଜାପାନରେ ୭ ପେ ଆପକୁ ସସପେଣ୍ଡ୍ କରିଦିଆଯାଇଛି । ଏହି ଆପ୍ ସାହାଯ୍ୟରେ ଅସାମାଜିକ ଲୋକ ଶହ ଶହ ଗ୍ରାହକଙ୍କ ଆକାଉଣ୍ଟରୁ ଲକ୍ଷ ଲକ୍ଷ ଟଙ୍କା ଚୋରି କରି ନେଉଛନ୍ତି । ଆପଣଙ୍କୁ କହିରଖୁଛୁ କି ଜୁଲାଇ ୧ ତାରିଖରୁ ଏହି ଆପକୁ ବନ୍ଦ କରିବାକୁ ପଡିଛି । ଅର୍ଥାତ୍ ମାତ୍ର ୩ ଦିନରେ ହ୍ୟାକର ଏତେ ବଡ ହ୍ୟାକିଙ୍ଗ୍ କରିଛି ।

କମ୍ପାନୀ ତରଫରୁ ଆପରେ ଦିଆଯାଇଥିବା ଫିଚରରେ ଗ୍ରାହକଙ୍କୁ କେବଳ ବାରକୋଡ୍ ସ୍କାନ୍ କରିବାକୁ ପଡିଥାଏ । ଏହାପରେ ଏହି ଆପ୍ ଜରିଆରେ କ୍ରେଡିଟ୍ ଏବଂ ଡେବିଟ୍ କାର୍ଡରୁ ପେମେଣ୍ଟ୍ କରିପାରିବେ । ଫିଚର ଲଞ୍ଚ୍ ହେବାର ପରଦିନ ହିଁ ଜଣେ ଗ୍ରାହକଙ୍କ ବିନା କୋଡ୍ ସ୍କାନ୍ କରିବାରେ ହିଁ ତାଙ୍କ ଟଙ୍କା କଟିଗଲା ।

Image Courtesy: asia.nikkei

ଏକ ଖବରକାଗଜ ମୁତାବକ,ଏହି ଆପରେ ଗୋଟିଏ ଭୁଲ୍ ଥିଲା । ଆପରେ ଇମେଲ୍ ଆଇଡି ଦିଆହେବା ଅନିବାର୍ଯ୍ୟ ଥିଲା । କୌଣସି ୟୁଜରର ଜନ୍ମତିଥି ,ଇମେଲ୍ ଆଇଡି ଏବଂ ଫୋନ୍ ନମ୍ବର ଜାଣିବା କ୍ରମେ ହ୍ୟାକର ଅନ୍ୟ କୌଣସି ଇମେଲ୍ ଆଇଡି ଜରିଆରେ ପାସୱାର୍ଡ ବଦଳାଇ ରିକ୍ୱେଷ୍ଟ ପଠାଇପାରିବ । ଆପରେ ଗ୍ରାହକଙ୍କ ଜନ୍ମତାରିଖ ନଥିଲେ ଏହି ଆପ୍ ୧ ଜାନୁଆରି,୨୦୧୯ ତାରିଖକୁ ସେଟ୍ ହୋଇଯିବ । ଏଭଳି ସ୍ଥିତିରେ ଆକାଉଣ୍ଟ ହ୍ୟାକ୍ କରିବା ହ୍ୟାକର ପାଇଁ ସହଜ ହୋଇଗଲା । ଗୋଟିଏ ପ୍ରୟାସରେ ୯୦୦ ୟୁଜରଙ୍କ ଆକାଉଣ୍ଟ୍ ରୁ ୫ ଲକ୍ଷ ଡଲାର ଚୋରି କରାଗଲା ।

ସମ୍ବନ୍ଧିତ ଖବର